ରାସ୍ତାକଡ଼ ଗଛ କାଟିବାକୁ ଅନ୍‌ଲାଇନ ଅନୁମତି ଜରୁରୀ

ଭୁବନେଶ୍ୱର, ୭।୩ (ବ୍ୟୁରୋ):ଏଣିକି ରାସ୍ତା କଡ଼ରୁ ଗଛ କାଟିବାକୁ ହେଲେ ଅନ୍‌ଲାଇନ୍‌ରେ ଅନୁମତି ନେବାକୁ ହେବ। ମନଇଚ୍ଛା ଗଛ କାଟିହେବ ନାହିଁ କିମ୍ବା ଅଫ୍‌ଲାଇନ୍‌ରେ ଅନୁମତି ଦିଆଯିବ ନାହିଁ। ସେହିପରି ଗଛ କାଟିବା ପରେ ସେଠାରେ ପଡୁଥିବା ନିର୍ମାଣାଧୀନ ଭଗ୍ନାବଶେଷ କିମ୍ବା ସବୁଜ ଆବର୍ଜନାକୁ ୨୪ଘଣ୍ଟା ମଧ୍ୟରେ ଉଠାଇବାକୁ ପଡିବ। ସୋମବାର ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାରଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ବିଏମ୍‌ସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ସିଇଓ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ରାସ୍ତାକଡ଼ରୁ ଯେଉଁ ସଂସ୍ଥା ବା ବ୍ୟକ୍ତି ଗଛ କାଟିବେ ସେଠାରୁ ଆବର୍ଜନା ଉଠାଇବା ଦାୟିତ୍ୱ ମଧ୍ୟ ତାଙ୍କର। ଯଦି ନିଜେ ଆବର୍ଜନା ଉଠାଇ ପାରିବେ ନାହିଁ, ତେବେ ସମ୍ପୃକ୍ତ ରାସ୍ତା ଯେଉଁ ବିଭାଗ ଅଧୀନରେ ଥିବ ସେଠାରେ ନିର୍ଦ୍ଧାରିତ ଅର୍ଥ ପଇଠ କରିବାକୁ ପଡିବ। ଫଳରେ ସମ୍ପୃକ୍ତ ବିଭାଗ କିମ୍ବା ବିଏମ୍‌ସି ସେଠାରେ ଗଦା ହୋଇଥିବା ଆବର୍ଜନାକୁ ୨୪ ଘଣ୍ଟା ମଧ୍ୟରେ ଉଠାଇ ନେବେ। ଏହାଦ୍ୱାରା ରାସ୍ତାକଡ଼ରେ ଆବର୍ଜନା ପଡି ରହିବ ନାହିଁ। ସେହିପରି ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କେଉଁ କାରଣରୁ, କେଉଁ ସ୍ଥାନରୁ ଏବଂ କିଏ ଗଛ କାଟିଲେ ତାହାର ତଥ୍ୟ ମଧ୍ୟ ରହିବ। ବୈଠକରେ ବିଏମ୍‌ସିର ଅନ୍ୟ ଅଧିକାରୀଙ୍କ ସହ ବିଏସ୍‌ସିଏଲ୍‌ ଜିଏମ୍‌ ସୁବ୍ରତ ବେହେରା, ଲାଇନ୍‌ ବିଭାଗ, ପିଡବ୍ଲ୍ୟୁଡି, ଓପିଟିସିଏଲ୍‌, ଜିଓ ଏବଂ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୨/୩ ଦିନ ମଧ୍ୟରେ ଏ ନେଇ ବିଧିବଦ୍ଧ ଭାବେ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ସରକାରୀ କାଗଜପତ୍ରଠାରୁ ଆରମ୍ଭ କରି ଜନ୍ମମୃତ୍ୟୁ ପଞ୍ଜୀକରଣ, ଭତ୍ତା ସବୁକିଛି ଅନ୍‌ଲାଇନ୍‌ ମୋଡ୍‌ରେ ହେବାପରେ ଏବେ ଗଛ କଟା ନେଇ ଅନୁମତିକୁ ମଧ୍ୟ ଅନ୍‌ଲାଇନ୍‌ ମୋଡ୍‌ରେ ସାମିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri