ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୪।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଚରମ୍ପା ଅଞ୍ଚଳର ଶେଖ ସୋବାନ ବୋଲି ଜଣାପଡିଛି । ମଙ୍ଗଳବାର ଭୋରରେ ମେଡିକାଲ ପରିସରରେ ମୃତଦେହ ପଡ଼ିଥିବା ଦେଖି ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ବ୍ୟକ୍ତିର କେହି ନିଜ ଲୋକ ନ ଥିବାରୁ ଅସୁସ୍ଥତା ଯୋଗୁ ମେଡିକାଲ ଆସିଥିବା ଜଣାପଡିଛି । ଡାକ୍ତର ଦେଖାଇ ନ ପାରି ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।