ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ଭବାନୀପାଟଣା,୨୭।୩(ସ୍ବ.ପ୍ର.):ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ। ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ସରକାର। ହେଲେ ଏବେ ବି ଲୋକେ ଦୟନୀୟ ସ୍ଥିତିରେ କାଟୁଛନ୍ତି ଦିନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପଞ୍ଚାୟତ କୋକଡ଼ମାଲ ଗାଁରେ। ଏହି ଗାଁର ବୃଦ୍ଧ ଗୌର ଓ ତାଙ୍କ ସ୍ତ୍ରୀ ପାଇଁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନ ଥିବାରୁ ଭଙ୍ଗା ଘରେ ସେମାନେ ଦିନ କାଟୁଛନ୍ତି। ପରିଣତ ବୟସରେ ପକ୍କା ଘର ପାଇବା ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି। ଉଭୟ ନିଜ ବୟସ ଥିବା ବେଳେ କୁଡିଆ ଘର ତିଆରି କରିଥିଲେ। ହେଲେ ତାହା ଗତ ୧୦ ବର୍ଷ ତଳେ ବର୍ଷାରେ ଭାଙ୍ଗି ଯାଇଥିଲା। ପରିଣତ ବୟସରେ ଘର ନିର୍ମାଣ ପାଇଁ ପାଖରେ ସମ୍ବଳ ନ ଥିବାରୁ ଶେଷରେ ଜରି ପାଲ ଓ ଝାଟିମାଟିରେ ଘର କରି ରହୁଛନ୍ତି। ଉଭୟଙ୍କ ନିଜର ବୋଲି କେହି ନାହାନ୍ତି, ପଡୋଶୀ କିଛି ଖାଇବାକୁ ଦେଲେ ଖାନ୍ତି ନ ହେଲେ ଭୋକ ଉପାସରେ ପଡି ରହିଥାନ୍ତି ସ୍ବାମୀ ସ୍ତ୍ରୀ। ସରକାରୀ ଯୋଜନା କହିଲେ କେବଳ ୫୦୦ ସହ ଟଙ୍କା ଭତ୍ତାକୁ ୫ କେଜି ଚାଉଳ ହିଁ ସାହାରା। ଆଉ ଏ ଚିତ୍ରକୁ ଦେଖିଲେ ଲାଗୁଛି ସରକାରଙ୍କ ଯୋଜନା ସତରେ ଏମାନଙ୍କ ପାଇଁ ବାଟବଣା ହୋଇ ପଡିଛି। ଏ ନେଇ କେସିଙ୍ଗା ବିଡିଓଙ୍କୁ ପଚାରିବାରୁ ଆବେଦନ କଲେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଗୋଟିଏ ପଟେ ମାଳମାଳ ଯୋଜନା ପ୍ରଣୟନ ହେଉଥିବା ବେଳେ ପରିଣତ ବୟସରେ ଜଣେ ବରିଷ୍ଠ ନାଗରିକ ଏମିତି ଅବସ୍ଥା ଆଉ କେତେ ଦିନ ଭୋଗିବେ। ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସିଥିବା ବେଳେ କେବେ ଏ ଅସହାୟ ବୃଦ୍ଧାଙ୍କ ପ୍ରତି ସରକାରୀ ଦୃଷ୍ଟି ପଡୁଛି ତାହାହିଁ ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri