ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ବେଳେ ଅଶ୍ଳୀଳ ଭିଡିଓ ଚାଲିଲା,ଆଉ ତା’ପରେ…

ନୂଆଦିଲ୍ଲୀ,୩୦ା୪: ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ଚାଲିଥିଲାବେଳେ ଏକ ଅଶ୍ଳୀଳ କଣ୍ଟେଣ୍ଟ ଚାଲିବାରୁ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୋର୍ଟରୁମ୍‌ରେ ସାଇବର ସୁରକ୍ଷାର ଉଲ୍ଲଂଘନକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ଘଟଣାର ତଦନ୍ତ କରାଯାଉଛି। ସ୍କ୍ରିନ୍‌ରେ ଅଶ୍ଳୀଳ କ୍ଲିପିଙ୍ଗ୍‌ ଚାଲିବା ସମୟରେ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍‌ ତେଜସ କାରିଆ ଶୁଣାଣି କରୁଥିଲେ। ଶୁଣାଣି ସମୟରେ ଜଣେ ଅଜଣା ୟୁଜରଙ୍କ ଦ୍ୱାରା ଏକାଧିକ ଥର ଅଶ୍ଳୀଳ ଭିଡିଓ ଚାଲିଥିଲା ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିଛି। ଫଳରେ କୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ଭିଡିଓ କନ୍‌ଫରେନ୍ସିଂ ସିଷ୍ଟମ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ବାଦୀ ଶ୍ରୀଧର ସର୍ନୋବାତ ଏବଂ ଶିତିଜିତ୍‌ ସିଂଙ୍କ ଆକାଉଣ୍ଟରୁ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରିତ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ହାଇକୋର୍ଟ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ଅପରେଶନ୍ସ ଶାଖାରେ ଅଭିଯୋଗ କରିଛନ୍ତି।

Odisha’s No.1 Odia Daily

Share