ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୫ା୨:: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ ସମେତ ସଂଲଗ୍ନ ଅଞ୍ଚଳରେ ଜଣ୍ଡିସ ରୋଗ ବ୍ୟାପିବା ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଇନଜୀବୀ ଉଦୟନାଥ ସାହୁ ଜିଲାପାଲଙ୍କୁ ଅନୁରୋଧ କରିଥିଲେ। ଜିଲାପାଳ ତୁରନ୍ତ ଚଣ୍ଡିଖୋଲକୁ ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ ପଠାଇ ସେଠାରେ ଜଣ୍ଡିସ ରୋଗ ବ୍ୟାପିବା ଉପରେ ପଦକ୍ଷେପ ନେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ଶୁକ୍ରବାର ମଧ୍ୟାହ୍ନରେ ସିଡିଏମଓ ଶୁଭାଶିଷ ମହାରଣା, ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକ ରମେଶ ମଲ୍ଲିକ ପ୍ରମୁଖ ଚଣ୍ଡିଖୋଲ କଲେଜ ଛାତ୍ରୀ ନିବାସ ସମେତ ସ୍ଥାନୀୟ କିଛି ଘରୋଇ ମେସ ଯାଇ ଆକ୍ରାନ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରଖିଥିଲେ। ଏହାସହ ଦୂଷିତ ପାନୀୟ ଜଳ ଏବଂ ଅସ୍ବାସ୍ଥ୍ୟକର ପରିସ୍ଥିତିରେ ପ୍ରସ୍ତୁତ ବାହାର ଖାଦ୍ୟର ପ୍ରଭାବରେ ହିଁ ଜଣ୍ଡିସ ବ୍ୟାପୁଥିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ। ଶନିବାର ପୁନଶ୍ଚ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ପଠାଇ କଲେଜ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଠେଲା ଗାଡ଼ିରେ ବିକ୍ରି ହେଉଥିବା ଚାଟ୍‌, ଗୁପଚୁପ୍‌, ଦହିବରା, ଜଳଖିଆ ସମେତ ଫାଷ୍ଟଫୁଡ୍‌ ଓ ହୋଟେଲ ଗୁଡିକରୁ ପରୀକ୍ଷା ପାଇଁ ଖାଦ୍ୟ ନମୁନା ସଂଗ୍ରହ କରିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। କିନ୍ତୁ ସିଡିଏମଓ ତାଙ୍କର ପଦକ୍ଷେପ ଏତିକିରେ ସୀମିତ ନ ରଖି ଏହି ଅଞ୍ଚଳରେ ବ୍ୟାପିଥିବା ଜଣ୍ଡିସ ରୋଗକୁ ଯେଭଳି ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିହେବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। କଲେଜର ପାଖାପାଖି ୫୦ଜଣ ଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତନ୍ମଧ୍ୟରୁ ଅନେକ ଛାତ୍ରୀ ପରୀକ୍ଷା ଦେଇ ପାରି ନ ଥିଲା ବେଳେ ଦୁଇଦିନ ହେଲା ଏଥିପାଇଁ ଛାତ୍ରୀ ନିବାସକୁ ବନ୍ଦ କରି ଦିଆଯାଇଛି। ବିଡ଼ମ୍ବନାର ବିଷୟ ହେଉଛି ମାସେ ତଳୁ ଏଠାରେ କେତେକ ଛାତ୍ରୀଙ୍କଠାରେ ଜଣ୍ଡିସର ଲକ୍ଷ୍ୟଣ ପ୍ରକାଶ ପାଇବା ପରେ କଲେଜ କର୍ତ୍ତୃପକ୍ଷ କେବଳ ଚିଠି ଲେଖି ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିଥିଲେ। ଜିଲା ଖାଦ୍ୟ ନିରୀକ୍ଷଣ ଅଧିକାରୀ ମଧ୍ୟ ଉକ୍ତ କଲେଜର ଆଖପାଖ ଅଞ୍ଚଳର ଖାଦ୍ୟ ନମୁନା ସଂଗ୍ରହ ନ କରି ବସି ରହିଛନ୍ତି। କେବଳ ବାବା ଭୈରବା ନନ୍ଦ କଲେଜ ନୁହେଁ ଜିଲାର ଏନ୍‌ସି କଲେଜଠାରୁ ଆରମ୍ଭ କରି ବ୍ୟାସନଗର ସ୍ବୟଂଶାସିତ କଲେଜ, ଧର୍ମଶାଳା ଆଦି କଲେଜ ସମ୍ମୁଖ ସ୍ଥାନରେ ଗୁପଚୁପ, ଦହିବରା, ଚାଟ ଆଦି ବିକ୍ରି ହେଉଛି। ଏହି ଖାଦ୍ୟରେ ଦୂଷିତ ପାଣି ବ୍ୟବହାର ହେଉଥିବାରୁ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଅସୁସ୍ଥ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଖାଦ୍ୟ ନିରୀକ୍ଷଣ ଅଧିକାରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ନିରୀକ୍ଷଣ ଅଧିକାରୀ ରାକେଶ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି. ବାବା ଭୈରାବ ନନ୍ଦ କଲେଜ ଛାତ୍ରୀଙ୍କୁ ଜଣ୍ଡିସ ବ୍ୟାପିବାର ଖବର ସେ ପାଇଛନ୍ତି। ବିଭାଗ ପକ୍ଷରୁ ଆବଶ୍ୟକ ତଦନ୍ତ ଚାଲିଛି। ଏହାପରେ ପର୍ଯ୍ୟାୟକ୍ରମେ ଜିଲାର ସମସ୍ତ ସ୍କୁଲ, କଲେଜ ସମ୍ମୁଖ ଖାଦ୍ୟ ଦୋକାନଗୁଡିକରେ ସ୍କ୍ବାଡ୍‌ ଦ୍ୱାରା ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri