ଯନ୍ତ୍ରଣାରୁ ମୁକ୍ତିଦେବ କୁଇକ୍‌

ଭୁବନେଶ୍ୱର,୨୫ା୨: ଦେଶର ସର୍ବପୁରାତନ ଆୟୁର୍ବେଦ କମ୍ପାନୀ ଓଜୋନ୍‌ ଫାର୍ମାସ୍ୟୁଟିକାଲର ପ୍ରମୁଖ ବ୍ରାଣ୍ଡ୍‌ କୁଇକ୍‌ର ନୂତନ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଯୋଗଦେଇ କମ୍ପାନୀ ନିର୍ଦ୍ଦେଶକ କରଣ ସେହେଗଲ ନୂତନ ଉତ୍ପାଦ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ବିଶେଷକରି ବର୍ତ୍ତମାନ ସମୟରେ ଗଣ୍ଠିବ୍ୟଥା, ଆଣ୍ଠୁ ଦରଜ, କମର ଦରଜ ଭଳି ଅନେକ ଯନ୍ତ୍ରଣାଜନିତ ସମସ୍ୟାରେ ସନ୍ତୁଳି ହେଉଛନ୍ତି। ଉକ୍ତ ସମସ୍ୟାର ସମାଧାନ ସାଙ୍ଗକୁ ରୋଗୀଙ୍କୁ ଯନ୍ତ୍ରଣାରୁ ମୁକ୍ତ କରାଇବାରେ ଏହା ବେଶ୍‌ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି କମ୍ପାନୀର ଅନେକ ଉତ୍ପାଦ ସବୁ ବର୍ଗର ରୋଗୀଙ୍କ ପସନ୍ଦର ଔଷଧ ବୋଲି ଜଣାପଡିଛି। କାରଣ କମ୍ପାନୀ ଗୁଣବତ୍ତା, ଗୁଣାତ୍ମକ ଓ ଉପଯୁକ୍ତ ସେବା ଓ ସୁବିଧା ରୋଗୀଙ୍କୁ ଯୋଗାଇବା ସହ ଔଷଧର ଶତପ୍ରତିଶତ ନିର୍ଭରଶୀଳତାର ପ୍ରତିଶ୍ରୁତି ଦେଇଥାଏ ବୋଲି ସେହେଗଲ କହିଛନ୍ତି। ସୂଚନାଯୋଗ୍ୟ, କମ୍ପାନୀର କୁଇକ୍‌ ଅଏଲଠାରୁ ଆରମ୍ଭ କରି ମଲମ ଏବଂ ସ୍ପ୍ରେ ବଜାର ସର୍ବାଧିକ ଚାହିଦା ଓ ବିକ୍ରି ହେଉଥିବା ଉତ୍ପାଦରେ ପରିଗଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି...

ଡିପିଏସ୍‌ କଳିଙ୍ଗରେ ସ୍କାଉଟ୍ସ, ଗାଇଡ୍ସ ଶପଥ ଗ୍ରହଣ ଉତ୍ସବ

ଫୁଲନଖରା,୫ା୯(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗ(ଡିପିଏସ୍‌) ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସ୍କାଉଟ୍ସ ଓ ଗାଇଡ୍‌ମାନଙ୍କର ଶପଥ...

ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତରରେ…

ନୂଆଦିଲ୍ଲୀ,୧୪।୧୨ : ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ...

୩୫୫ ପଏଣ୍ଟ ଉଚ୍ଚରେ ସେନ୍‌ସେକ୍ସ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବର୍ତ୍ତମାନ ସାରା ବିଶ୍ୱ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ଭାରତୀୟ ଶେୟାର ବଜାର ବୁଧବାର ପ୍ରାୟ ୧% ଉଚ୍ଚରେ...

ପି.ଡି. ବାଘେଲା ଟ୍ରାଇ ମୁଖ୍ୟ

ନୂଆଦିଲ୍ଲୀ,୨୯ା୯: ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ସୋମବାର ୧୯୮୬ ବ୍ୟାଚ୍‌ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ପି.ଡି. ବାଘେଲାଙ୍କୁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ...

ନଭେମ୍ବରରେ ମାରୁତି ସୁଜୁକି ଉତ୍ପାଦନ ୪% ବଢିଲା

ନୂଆଦିଲ୍ଲୀ, ୯ା୧୨: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାନ ନିର୍ମାତାମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଥିବା ଦେଖାଯାଇଥିଲା। ହେଲେ ଏଥିରେ ଧୀରେ...

ସୋନିର ନୂଆ ଓ୍ବେୟାରଲେସ ହେଡ୍‌ଫୋନ

ନୂଆଦିଲ୍ଲୀ: ସୋନି ଇଣ୍ଡିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ପରବର୍ତ୍ତୀ ପିଢ଼ିର ଡବ୍ଲ୍ୟୁଏଚ୍‌-୧୦୦୦ଏକ୍ସଏମ୍‌-୪ ହେଡ୍‌ଫୋନର ଶୁଭାରମ୍ଭ କରାଯାଇଛି। ଏହି ଲୋକପ୍ରିୟ ମଡେଲ ଦ୍ୱାରା ଗ୍ରାହକ ସୋନିର ସ୍ବତନ୍ତ୍ର...

ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସହାୟତା ଦେବେ ସରକାର

ନୂଆଦିଲ୍ଲୀ,୨୮ା୨: ଦେଶର କିଛି ପ୍ରମୁଖ ଦୁର୍ବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ଖୁବ୍‌ ଶିଘ୍ର ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ସେଥିମଧ୍ୟରୁ ସେଣ୍ଟ୍ରାଲ...

Advertisement
Archives

Model This Week