Posted inଖେଳ

୪୧ ବର୍ଷ ପରେ ଜଣେ ଭାରତୀୟଙ୍କୁ ମିଳିଲା ଏହି ପୁରସ୍କାର: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୫।୭: ଜୁଲାଇ ୨୨ରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ଭାରତର ଭେଟେରାନ ଶୁଟର ଅଭିନବ ବିନ୍ଦ୍ରାଙ୍କୁ ଅଲିମ୍ପିକ ଅର୍ଡର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅଭିନବ ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦିଏହି ପୁରସ୍କାର ଗ୍ରହଣ କରିଥିବାରୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନବ ବିନ୍ଦ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୋଦି ଲେଖିଛନ୍ତି, ଜଣେ କ୍ରୀଡ଼ାବିତ୍‌ ଭାବରେ ଅଭିନବ କ୍ରୀଡ଼ା ଏବଂ ଅଲିମ୍ପିକ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଅଲିମ୍ପିକ ଅର୍ଡର ପୁରସ୍କାର ହେଉଛି ଆଇଓସି ଦ୍ୱାରା ଜଣେ ଆଥଲେଟଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ପୁରସ୍କାର।
ଅଲିମ୍ପିକ ଅର୍ଡର ୧୯୭୫ରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଅଲିମ୍ପିକ ଆନ୍ଦୋଳନ ଅଧୀନରେ ଦିଆଯାଇଥିବା ସର୍ବୋଚ୍ଚ ପୁରସ୍କାର ଅଟେ। ଏହାପୂର୍ବରୁ ଅଲିମ୍ପିକ ଗେମ୍ସ ଶେଷରେ ଆଇଓସି ସାଧାରଣତଃ ଆଥଲେଟ୍‌ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲା, କିନ୍ତୁ ଏଥର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ପୂର୍ବରୁ ବିନ୍ଦ୍ରାଙ୍କୁ ସମ୍ମାନିତ କରାଯାଇଥିଲା। ତା’ପରେ ଏହି ପୁରସ୍କାରକୁ ତିନୋଟି ଶ୍ରେଣୀରେ ଦିଆଯାଇଥିଲା – ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ, କିନ୍ତୁ ୧୯୮୪ରେ ରୌପ୍ୟ ଏବଂ ବ୍ରୋଞ୍ଜ ବର୍ଗଗୁଡିକ ରଦ୍ଦ କରାଯାଇଥିଲା। ଶେଷ ଥର ପାଇଁ ଜଣେ ଭାରତୀୟ ୧୯୮୩ରେ ଇନ୍ଦିରା ଗାନ୍ଧୀ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri