Categories: ଫୁରସତ

ବିମାନରେ ସହଯାତ୍ରୀଙ୍କୁ ହୃଦ୍‌ଘାତରୁ ବଞ୍ଚାଇଲେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ: ବର୍ମିଂହାମ୍‌ ୟୁନିଭର୍ସିଟି ହସ୍ପିଟାଲରେ କନ୍‌ସଲ୍ଟାଣ୍ଟ ହେପାଟୋଲୋଜିଷ୍ଟ ଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ବିଶ୍ୱରାଜ ଭେମଲା ବିମାନରେ ଜଣେ ସହଯାତ୍ରୀଙ୍କୁ ୨ ଥର ହୃଦ୍‌ଘାତରୁ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ନଭେମ୍ବରରେ ଡ. ଭେମଲା ତାଙ୍କ ମାଆଙ୍କୁ ନେବାକୁ ଏୟାର ଇଣ୍ଡିଆ ବିମାନରେ ବେଙ୍ଗାଲୁର ଆସୁଥିବାବେଳେ ଜଣେ ୪୩ ବର୍ଷୀୟ ଯାତ୍ରୀଙ୍କର ହୃଦ୍‌ଘାତ ହୋଇଥିଲା। ଭେମଲା ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରିଥିଲେ। ବିମାନରେ ହୃଦ୍‌ଘାତ ଚିକିତ୍ସା ପାଇଁ କୌଣସି ଉପକରଣ ନ ଥିଲା। ସହଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୫ ଘଣ୍ଟା ଧରି ଡାକ୍ତର ଉଦ୍ୟମ ଚଳାଇଥିଲେ। ସୁସ୍ଥ ହେବାର କିଛି ସମୟ ପରେ ତାଙ୍କୁ ପୁଣିଥରେ ହୃଦ୍‌ଘାତ ହୋଇଥିଲା। ବିମାନକୁ ପାକିସ୍ତାନର ଏକ ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇବା ଲାଗି ଅନୁମତି ମିଳି ନ ଥିଲା। ଶେଷରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ରୋଗୀଙ୍କୁ ନିରାପଦରେ ଛଡ଼ାଯାଇଥିଲା।

Share