Categories: ଜାତୀୟ

ଭାରତ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୦।୯ : ଭାରତ ଏବଂ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟା ଚାରି ହଜାରରୁ ଅଧିକ ରହିଛି। ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ବହୁ ଉଦ୍ୟମ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ ସେମାନଙ୍କସଂଖ୍ୟା ବୃଦ୍ଧି ହେବାର ଖବର ରହିଛି। ଭାରତ ଏବଂ ନେପାଳରେ, ଏକ ଶିଙ୍ଘ ବିଶିଷ୍ଟ ଗଣ୍ଡାଙ୍କ ସଂଖ୍ୟା, ୧୯୦୦ ଦଶକ ଆରମ୍ଭରେ ୧୦୦ ରୁ କମ ଥିଲା, ବର୍ତ୍ତମାନ ଏହା ୪,୦୧୪ ରୁ ଅଧିକ ହୋଇଛି।

ଅନ୍ତର୍ଜାତୀୟ ରାହିନୋ ଫାଉଣ୍ଡେଶନ (ଆଇଆରଏଫ) ବିଶ୍ୱ ରାହିନୋ ଦିବସର ଦୁଇ ଦିନ ପୂର୍ବରୁ ପ୍ରକାଶିତ ୨୦୨୩ ପାଇଁ ବାର୍ଷିକ ‘ଷ୍ଟେଟ ଅଫ ଦ ରାହିନୋ’ ରିପୋର୍ଟରେ କୁହାଯାଇଛି କଡ଼ା ସୁରକ୍ଷା, ବନ୍ୟଜନ୍ତୁ ଅପରାଧ ଆଇନ ପ୍ରଣୟନ ଏବଂ ବାସସ୍ଥାନ ବିସ୍ତାର ଯୋଗୁ ଏହି ଗଣ୍ଡାଙ୍କର ସଂଖ୍ୟା ବୃଦ୍ଧି ପାଉଛି।

ସୂଚନାଯୋଗ୍ୟ ୨୦୧୧ ମସିହାରୁ ବିଶ୍ୱ ରାହିନୋ ଦିବସ ୨୨ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି। ଇଣ୍ଟରନ୍ୟାଶନାଲ ୟୁନିଅନ ଫର୍‌ କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ତାଲିକାରେ ଏକ ଶିଙ୍ଘିଆ ଗଣ୍ଡା ଅସୁରକ୍ଷିତ ବର୍ଗରେ ଅଛନ୍ତି। ଭାରତରେ ଆସାମ, ପଶ୍ଚିମବଙ୍ଗ ଏବଂ ବିହାରର କିଛି ଅଂଶରେ ଏହି ପ୍ରଜାତି ଦେଖିବାକୁ ମିଳନ୍ତି।

 

Share