ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିପଡ଼ିଲା ହିରଣ୍ୟକଶ୍ୟପ ମୂର୍ତ୍ତି, ଭାଙ୍ଗିଲା ଗୋଡ

ପୁରୀ ଅଫିସ,୨୮।୩: ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତୀ ଖସି ପଡ଼ିବାରୁ ଜଣେ ସେବାୟତ ଆହତ ହୋଇଛନ୍ତି। ସେ ହେଲେ କୁନୁ ମହାପାତ୍ର। ତେବେ ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।