ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼

ଆରଡ଼ି, ୨୬।୭ (ଡି.ଏନ.ଏ.) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ କାଉଡ଼ିଆମାନେ ପୀଠର ବିଭିନ୍ନ ସ୍ଥାନରେ ଏପରିକି ଜୀବନ୍ତ ଷଣ୍ଢ ଉପରେ ପାଣି ଢାଳୁଥିବା ଦେଖିବାକୁ ମିଳିଥିଲା। ତେବେ ପୀଠରେ ହାଇମାଷ୍ଟ ଲାଇଟ ଥିଲେ ବି ତାହା କାହିଁକି ସଜଡ଼ା ଯାଉନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଠର କେତେକ ସ୍ଥାନରେ ଅନ୍ଧକାର ଥିବାରୁ କାଉଡ଼ିଆମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ପୀଠରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।
ପୋଲିସ ରବିବାର ସକାଳଠାରୁ ଶତାଧିକ ଛୋଟବଡ଼ ଯାନକୁ ପୀଠକୁ ଛାଡ଼ି ନ ଥିଲା। ମଠଡିହ ଛକରେ ଏହି ଯାନକୁ ଅଟକାଇ ସାଠିବାଙ୍କୁଡ଼ା ଓ ଦୋହରାପାଟଣା ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ସୋମବାର ସକାଳେ ଯାନଗୁଡ଼ିକୁ ସୁରୁଖୁରୁରେ ଚଳାଚଳ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମଠଡିହଠାରେ ଟ୍ରାଫିକ୍‌ ଜାମ୍‌ ହେବାରୁ ଆଖଣ୍ଡଳମଣି-ଭଦ୍ରକ ଓ ଆଖଣ୍ଡଳମଣି-ଯାଜପୁର ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଚାରି ଚକିଆ ଓ ଦୁଇଚକିଆ ଯାନ ଅଟକି ରହିଥିଲା। ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟାଏ କାଳ ଅଟକି ରହିବାକୁ ପଡ଼ିଥିଲା। ପୀଠ ନିକଟସ୍ଥ ପହଣା, ଆରଡି, ମୁଅଁା, ଭୂଇଁପୁର, ବାତୋଳ ଆଦି ସ୍ଥାନରେ ସ୍କୁଲ ଛୁଟି ରହିବା ପାଇଁ ଜିଲା ଶିକ୍ଷାଧିକାରୀ ଚିଠି କରିଥିଲେ। କିନ୍ତୁ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ଛୁଟି ନେଇ କୌଣସି ନିର୍ଦ୍ଦେଶନାମା ନ ଥିଲା। ସ୍କୁଲ ଖୋଲା ଥିବା ଜାଣି ବହୁ ପିଲା ଆସୁଥିବା ବେଳେ ଭିଡ଼ ଦେଖି ଘରକୁ ଫେରିଯାଇଥିଲେ। ଅନ୍ୟପକ୍ଷେ କେତେଜଣ ପିଲା ସ୍କୁଲକୁ ପଶୁଥିବା ବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ୪ ଜଣ ପିଲା ତଳେ ପଡିଯାଇଥିଲେ। ସେମାନଙ୍କୁ ପ୍ରଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ପୀଠ ପାଖରେ ଥିବା ସମସ୍ତ ବିଦ୍ୟାଳୟ ଛୁଟି ଥିବାବେଳେ ମଠଡିହ ସ୍କୁଲକୁ କାହିଁକି ବନ୍ଦ ପାଇଁ ଚିଠି ହୋଇନି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥର ପାଳିରେ ଅସଂଖ୍ୟ ମହିଳା କାଉଡ଼ିଆ ଜଳଲାଗି ପାଇଁ ଆସି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣି ଢାଳିବା କିମ୍ବା ମନ୍ଦିରକୁ ପ୍ରବେଶ କରିବାକୁ ସେମାନଙ୍କ ପାଇଁ ପୃଥକ୍‌ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସୋମବାରରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବାକୁ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କାଉଡ଼ିଆ ଭକ୍ତମାନେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ ପୀଠକୁ ଆସିଥିବା ଜଣେ ବି କାଉଡ଼ିଆ ମାସ୍କ ପିନ୍ଧି ନ ଥିଲେ। ଏପରିକି ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଅନେକେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri