ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ ଅଫିସ, ୭।୧: ରାଜ୍ୟରେ ଦିନକୁ ଦିନ କୋଭିଡ ପଜିଟିଭ୍‌ ବଢିଚାଲିଛି। ତେବେ ରାଜ୍ୟରେ ଶୁକ୍ରବାର ଠାରୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟା ୬ଟା ୩୦ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିର ନେଇ ନିଷ୍ପତ୍ତି ନିଆଯିବ। ସନ୍ଧ୍ୟା ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିରରେ ଦର୍ଶନ ପାଇଁ ପ୍ରବେଶ କରିବେ। ରାତି ୯ଟା ଠାରୁ ଶ୍ରୀମନ୍ଦିରରେ କଟକଣା କଢାକଢି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି।