ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର ଦିଆଯାଉଛି। ଏହା ସତ୍ତ୍ୱେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଉତ୍କଟ ଜଳସଙ୍କଟରୁ ମୁକ୍ତି ମିଳୁନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ଏହାର ଏକ ଉଦାହରଣ। ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବା ଏବଂ ପାନୀୟ ଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡ଼ିବା ପରେ ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିଛି। ଏବେ ପରିସ୍ଥିତି ଏମିତି ହୋଇଛି ଯେ, ନଳକୂଅରୁ ଘଣ୍ଟାଏରେ ଗରାଏ ପାଣି ବାହାରୁଛି। ଗ୍ରାମବାସୀ ପାଣି ଚିନ୍ତାରେ ଦିନ ବିତାଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ସାପଘରା ପଞ୍ଚାୟତ ୩ନଂ. ୱାର୍ଡ ଅନ୍ତର୍ଗତ ଖମାର ଗ୍ରାମରେ ବାସ କରନ୍ତି ୭୦ ପରିବାର। ମୋଟ ଜନସଂଖ୍ୟା ୪୦୦। ଗ୍ରାମରେ ଥିବା ୩ ନଳକୂପ ମଧ୍ୟରୁ ୨ଟି ଅଚଳ ହୋଇପଡ଼ିଛି। ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଯୋଗୁ ସଚଳ ଥିବା ଗୋଟିଏ ନଳକୂପରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଘଣ୍ଟାଏରେ ବଡ଼କଷ୍ଟରେ ଗରାଏ ପାଣି ବାହାରୁଛି। ସେହିପରି ଗୋଟିଏ ଖୋଲାକୂଅ ମଧ୍ୟ ଶୁଖିଲା ପଡ଼ିଛି। ଜଙ୍ଗଲ ଅଧ୍ୟୁଷିତ ଖମାର ଗ୍ରାମବାସୀଙ୍କ ପାଣିକଷ୍ଟ ଦୂର କରିବା ଲାଗି ୨୦୧୫ରେ ସୋଲାର ଜଳପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହା ବର୍ଷେ ହେଲା ଅଚଳ ହୋଇପଡ଼ିଛି। ତେଣୁ ଦୈନିକ ଆବଶ୍ୟକତା ମେଣ୍ଟାଇବା ଲାଗି ଗ୍ରାମର ମହିଳାମାନେ ୪ ମାସ ହେଲା ଗ୍ରାମଠାରୁ ୧ କିଲୋମିଟର ଦୂର ଅନ୍ୟ ଏକ ଖୋଲାକୂଅ ଉପରେ ନିର୍ଭର କରୁଛନ୍ତି। ପୁରୁଷମାନେ ସ୍ନାନଶୌଚ କରିବା ଲାଗି ୨ କିମି ଦୂର ନାଳକୁ ଯାଉଛନ୍ତି। ଜଳସଙ୍କଟରେ ଗୋମହିଷାଦି ପ୍ରାଣୀ ସମ୍ପଦ ମଧ୍ୟ ପ୍ରଭାବିତ ହେଉଛନ୍ତି। ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ସମେତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ହେବା ଯାଏ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ଖମାର ଗ୍ରାମରେ ଅଚଳ ଥିବା ନଳକୂଅ ସଜାଡ଼ିବା ଲାଗି ଶୀଘ୍ର ପଦକ୍ଷେପ ନିଆଯିବ।

ରାତି ପାହିଲେ ଚିନ୍ତା ଘାରୁଛି
ଦୀର୍ଘଦିନ ହେଲା ଗ୍ରାମରେ ପାଣି ସମସ୍ୟା ଲାଗି ରହିଛି। ରାତି ପାଇଲେ ପାଣି ଚିନ୍ତା ଘାରୁଛି। ରୋଷେଇ କାର୍ଯ୍ୟ ଲାଗି ୧କିମି ଦୂରରୁ ପାଣି ବୋହି ଆଣିବା ବେଶି କଷ୍ଟଦାୟକ ହେଉଛି।
– ବିଘ୍ନଶିନୀ ନାୟକ, ଗ୍ରାମବାସୀ

ପାଣି କିଣିବାକୁ ପଡୁଛି
ସୋଲାର ପାଣି ପ୍ରକଳ୍ପ ଅଚଳ ହୋଇପଡ଼ିବା ପରେ ସମସ୍ୟା ବଢ଼ିଛି। ମେଳା ମହୋତ୍ସବ, ପର୍ବପର୍ବାଣିରେ ପାଣି କିଣିବାକୁ ପଡୁଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ଏକ ପ୍ରକଳ୍ପ ନିର୍ମାଣ କରାଯିବା ଜରୁରୀ।
– ଚନ୍ଦ୍ରମଣି ନାୟକ, ଗ୍ରାମବାସୀ

ଅଣଦେଖା କରାଯାଉଛି
ଖମାର ଗ୍ରାମକୁ ପ୍ରଶାସନ ଅଣଦେଖା କରିଚାଲିଛି। ବର୍ଷସାରା ପାଣି ଚିନ୍ତାରେ ଗ୍ରାମବାସୀ ଦିନ କାଟୁଛନ୍ତି। ଖରାଦିନେ ସ୍ଥିତି ଆହୁରି ବିଗିଡ଼ି ଯାଉଛି। ତୁରନ୍ତ ଟ୍ୟାଙ୍କର ସହାୟତାରେ ପାଣି ଯୋଗାଇ ଦିଆଯାଉ।
– ମାନସ ନାୟକ, ଗ୍ରାମବାସୀ

ପ୍ରଶାସନ ଦୃଷ୍ଟି ଦେଉ
ନଳକୂପ ଅଚଳ ହୋଇଯିବା, ଖୋଲାକୂଅ ଶୁଖିଯିବା ପରେ ଗ୍ରାମରେ ଜଳସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଦୈନିକ ଦୀର୍ଘପଥ ଅତିକ୍ରାନ୍ତ କରି ପାଣି ଆଣିବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ।
– ତରଣୀ ରଣା, ଗ୍ରାମବାସୀ

ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
ଅଭିଯୋଗ ସମ୍ପର୍କରେ ଅବଗତ ନାହିଁ। ଖମାରବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ। ଅଚଳ ନଳକୂଅ ମରାମତି ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆଯିବ।
– ସନ୍ତୋଷ କୁମାର ସାହୁ, ବିଡିଓ

 


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri