ଯୁଦ୍ଧ ସଙ୍କଟରେ ମାନବତାର ଉଦାହରଣ, ପୋଷା ବିଲେଇକୁ ନେଇ ସ୍ବଦେଶ ଫେରୁଛନ୍ତି ଭାରତୀୟ ଛାତ୍ର…

ନୂଆଦିଲ୍ଲୀ, ୫।୩ : ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଅପରେଶନ୍‌ ଗଙ୍ଗା ଜାରି ରହିଛି। ୟୁକ୍ରେନ୍‌ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମାନବତାର ଉଦାହରଣ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଛାତ୍ର ଜଣକ ନିଜ ପୋଷା ବିଲେଇ ସହିତ ସ୍ବଦେଶ ଫେରୁଛନ୍ତି।

୨୧ ବର୍ଷ ବୟସ୍କ ଅଖିଳ ରାଧାକୃଷ୍ଣନ୍‌ ହଙ୍ଗେରୀ ବାଟେ ଭାରତ ଫେରିବେ। ଭାରତୀୟ ଦୂତାବାସ ତାଙ୍କୁ ତାଙ୍କ ପୋଷା ବିଲେଇ ଅମ୍ମିନି ସହିତ ଭାରତ ଫେରିବାକୁ ଅନୁମତି ଦେଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ସେ ଗତ ୪ ମାସ ଧରି ବିଲେଇକୁ ପୋଷିଛନ୍ତି।

ଏଭଳି ସଙ୍କଟ ଜନକ ସ୍ଥିତିରେ ତାଙ୍କ ବିଲେଇ ୟୁକ୍ରେନ୍‌ରେ ବଞ୍ଚି ରହି ପାରିବ ନାହିଁ । ତେଣୁ ମୁଁ ତାକୁ ସାଙ୍ଗରେ ଭାରତ ନେଇ ଯାଉଛି ବୋଲି ଅଖିଳ କହିଛନ୍ତି।

Share