ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଲିପୁନା

ଭୁବନେଶ୍ୱର,୩୦ା୭(ଅଭିଜିତ ଦାସ)ଦିବ୍ୟାଙ୍ଗ ହେଲେ ବି ସେ କେଉଁଥିରେ କମ୍‌ ନୁହନ୍ତି। ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ସବୁକିଛି କରୁଛନ୍ତି। ଏପରିକି ଟ୍ରାଇ ସାଇକେଲରେ ପରିବା ବିକି ପରିବାର ଚଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଲିପୁନା।
୩୦ ବର୍ଷୀୟ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀଙ୍କ ଘର କଟକ ଜିଲା ନରସିଂହପୁରରେ। ଜନ୍ମର ୪ ମାସ ମଧ୍ୟରେ ତାଙ୍କ ବାମଗୋଡରେ ଏକ ଘା ହୋଇଥିଲା। ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ଠିକ୍‌ ଭାବରେ ଚିକିତ୍ସିତ ହେବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ ଘା’ ବଡ଼ ଆକାରରେ ହେବା ସହ ପୂରା ଗୋଡ଼କୁ ମାଡ଼ିଯାଇଥିଲା। ଶେଷରେ ଏପରି ହୋଇଥିଲା, ଆଠଗଡର ମାଣିବନ୍ଧ ହସ୍ପିଟାଲରେ ଉକ୍ତ ଗୋଡ଼କୁ କାଟିବାକୁ ପଡିଥିଲା। ଗୋଡ଼ କାଟି ନ ଥିଲେ ଘା’ ଶରୀର ଅନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ବୋଲି ଡାକ୍ତର କହିଥିଲେ। ଗୋଡ଼ କଟାଯିବା ପରେ ମା’ବାପା ଚିନ୍ତାରେ ପଡିଥିଲେ। ଘରର ଆର୍ଥିକ ବୋଝ ସହ ପୁଅ ଲିପୁନାଙ୍କ ଏପରି ଅବସ୍ଥା ପରିବାରରେ ଦୁଃଖର ଛାୟା ଖେଳାଇ ଦେଇଥିଲା। ସମୟକ୍ରମେ ଲିପୁନା ବଡ଼ ହେବା ସହ ମା’ବାପା ବୁଢ଼ା ବି ହୋଇଯାଇଥିଲେ। ଫଳରେ ପରିବାର ଚଳିବା କଷ୍ଟକର ହୋଇପଡିଥିଲା। ଏହା ଲିପୁନାଙ୍କୁ ସବୁବେଳେ କଷ୍ଟ ଦେଉଥିଲା। ପୁଅ ହୋଇ ବି କିଛି କରିପାରୁ ନ ଥିବାରୁ ମନ ସବୁବେଳେ ଆନ୍ଦୋଳିତ କରୁଥିଲା। ତେଣୁ ପରିବାରର ବୋଝ ସମ୍ଭାଳିବା ସହ ଶେଷ ସମୟରେ ମା’ବାପାଙ୍କ ବୋଝକୁ ହାଲ୍‌କା କରିବାକୁ ପଦାକୁ ଗୋଡ଼ କାଢ଼ିଥିଲେ। ପ୍ରଥମେ କଟକ ଓ ପରେ ଭୁବନେଶ୍ୱରକୁ ଚାଲିଆସି ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ। ଇତିମଧ୍ୟରେ ଲିପୁନାଙ୍କୁ ଜୀବନସାଥୀ ମିଳିଯାଇଥିଲା। ହେଲେ ସେ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କର ଆଉ ଏକ ଦାୟିତ୍ୱ ବଢ଼ିଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ୨ ପିଲା ହୋଇଥିଲେ। ଏହାଭିତରେ ଲିପୁନାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ଭିକ୍ଷାବୃତ୍ତି କରୁଥିବାବେଳେ କେତେଜଣ ସମାଜସେବୀ ଲିପୁନାଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେଇଥିଲେ। ବର୍ତ୍ତମାନ ଲିପୁନା ଉକ୍ତ ଟ୍ରାଇ ସାଇକେଲରେ ପନିପରିବା ସହ ଚା ଓ ପାନ ବିକ୍ରି କରୁଛନ୍ତି। ସାଇକେଲକୁ ଏକ ଛୋଟ ଦୋକାନରେ ପରିଣତ କରିଛନ୍ତି। ସକାଳ ୮ଟାରୁ ସାଇକେଲରେ ପନିପରିବା ଧରି ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବିକ୍ରି କରୁଥିବାବେଳେ ସନ୍ଧ୍ୟାରେ ମୁଖ୍ୟ ଛକଗୁଡ଼ିକରେ ଚା’ ପାନ ବିକ୍ରି କରନ୍ତି। କମ୍‌ ଦାମ୍‌ରେ ସତେଜ ପରିବା ଓ ସୁଆଦିଆ ଚା’ପାନ ଲୋକଙ୍କୁ ଆକୃଷ୍ଟ କରୁଛି।
ରାଜ୍ୟ ସରକାରଙ୍କ ସହାୟତା ସମ୍ପର୍କରେ ଲିପୁନା କହିଛନ୍ତି, ରାଜ୍ୟ ସରକାର ୭ଶହ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଦେଉଛନ୍ତି। ହେଲେ ଏଯାଏ ଅନ୍ୟ କିଛି ସହାୟତା ମିଳିପାରିନାହିଁ। ସ୍ତ୍ରୀ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏ ଭତ୍ତା ମିଳିପାରୁନି। ପୂର୍ବରୁ ଅନେକଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ସୁଫଳ ମିଳିନି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ଭେଟି ଦୁଃଖ ଜଣାଇଛି। ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ସୁବିଧା ପାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ତୁଟୁନି ବିବାଦ ନାଣ୍ଡୁଙ୍କ ନାଁରେ ଏତଲା ପରେ ଏତଲା

ଭୁବନେଶ୍ୱର,୭।୨: ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ । କଳାକାରଙ୍କୁ ନିର୍ଯାତନା ଦେଉଥିବା…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri