ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଲିପୁନା

ଭୁବନେଶ୍ୱର,୩୦ା୭(ଅଭିଜିତ ଦାସ)ଦିବ୍ୟାଙ୍ଗ ହେଲେ ବି ସେ କେଉଁଥିରେ କମ୍‌ ନୁହନ୍ତି। ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ସବୁକିଛି କରୁଛନ୍ତି। ଏପରିକି ଟ୍ରାଇ ସାଇକେଲରେ ପରିବା ବିକି ପରିବାର ଚଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଲିପୁନା।
୩୦ ବର୍ଷୀୟ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀଙ୍କ ଘର କଟକ ଜିଲା ନରସିଂହପୁରରେ। ଜନ୍ମର ୪ ମାସ ମଧ୍ୟରେ ତାଙ୍କ ବାମଗୋଡରେ ଏକ ଘା ହୋଇଥିଲା। ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ଠିକ୍‌ ଭାବରେ ଚିକିତ୍ସିତ ହେବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ ଘା’ ବଡ଼ ଆକାରରେ ହେବା ସହ ପୂରା ଗୋଡ଼କୁ ମାଡ଼ିଯାଇଥିଲା। ଶେଷରେ ଏପରି ହୋଇଥିଲା, ଆଠଗଡର ମାଣିବନ୍ଧ ହସ୍ପିଟାଲରେ ଉକ୍ତ ଗୋଡ଼କୁ କାଟିବାକୁ ପଡିଥିଲା। ଗୋଡ଼ କାଟି ନ ଥିଲେ ଘା’ ଶରୀର ଅନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ବୋଲି ଡାକ୍ତର କହିଥିଲେ। ଗୋଡ଼ କଟାଯିବା ପରେ ମା’ବାପା ଚିନ୍ତାରେ ପଡିଥିଲେ। ଘରର ଆର୍ଥିକ ବୋଝ ସହ ପୁଅ ଲିପୁନାଙ୍କ ଏପରି ଅବସ୍ଥା ପରିବାରରେ ଦୁଃଖର ଛାୟା ଖେଳାଇ ଦେଇଥିଲା। ସମୟକ୍ରମେ ଲିପୁନା ବଡ଼ ହେବା ସହ ମା’ବାପା ବୁଢ଼ା ବି ହୋଇଯାଇଥିଲେ। ଫଳରେ ପରିବାର ଚଳିବା କଷ୍ଟକର ହୋଇପଡିଥିଲା। ଏହା ଲିପୁନାଙ୍କୁ ସବୁବେଳେ କଷ୍ଟ ଦେଉଥିଲା। ପୁଅ ହୋଇ ବି କିଛି କରିପାରୁ ନ ଥିବାରୁ ମନ ସବୁବେଳେ ଆନ୍ଦୋଳିତ କରୁଥିଲା। ତେଣୁ ପରିବାରର ବୋଝ ସମ୍ଭାଳିବା ସହ ଶେଷ ସମୟରେ ମା’ବାପାଙ୍କ ବୋଝକୁ ହାଲ୍‌କା କରିବାକୁ ପଦାକୁ ଗୋଡ଼ କାଢ଼ିଥିଲେ। ପ୍ରଥମେ କଟକ ଓ ପରେ ଭୁବନେଶ୍ୱରକୁ ଚାଲିଆସି ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ। ଇତିମଧ୍ୟରେ ଲିପୁନାଙ୍କୁ ଜୀବନସାଥୀ ମିଳିଯାଇଥିଲା। ହେଲେ ସେ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କର ଆଉ ଏକ ଦାୟିତ୍ୱ ବଢ଼ିଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ୨ ପିଲା ହୋଇଥିଲେ। ଏହାଭିତରେ ଲିପୁନାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା। ମାଷ୍ଟରକ୍ୟାଣ୍ଟିନ ଛକରେ ଭିକ୍ଷାବୃତ୍ତି କରୁଥିବାବେଳେ କେତେଜଣ ସମାଜସେବୀ ଲିପୁନାଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେଇଥିଲେ। ବର୍ତ୍ତମାନ ଲିପୁନା ଉକ୍ତ ଟ୍ରାଇ ସାଇକେଲରେ ପନିପରିବା ସହ ଚା ଓ ପାନ ବିକ୍ରି କରୁଛନ୍ତି। ସାଇକେଲକୁ ଏକ ଛୋଟ ଦୋକାନରେ ପରିଣତ କରିଛନ୍ତି। ସକାଳ ୮ଟାରୁ ସାଇକେଲରେ ପନିପରିବା ଧରି ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବିକ୍ରି କରୁଥିବାବେଳେ ସନ୍ଧ୍ୟାରେ ମୁଖ୍ୟ ଛକଗୁଡ଼ିକରେ ଚା’ ପାନ ବିକ୍ରି କରନ୍ତି। କମ୍‌ ଦାମ୍‌ରେ ସତେଜ ପରିବା ଓ ସୁଆଦିଆ ଚା’ପାନ ଲୋକଙ୍କୁ ଆକୃଷ୍ଟ କରୁଛି।
ରାଜ୍ୟ ସରକାରଙ୍କ ସହାୟତା ସମ୍ପର୍କରେ ଲିପୁନା କହିଛନ୍ତି, ରାଜ୍ୟ ସରକାର ୭ଶହ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଦେଉଛନ୍ତି। ହେଲେ ଏଯାଏ ଅନ୍ୟ କିଛି ସହାୟତା ମିଳିପାରିନାହିଁ। ସ୍ତ୍ରୀ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏ ଭତ୍ତା ମିଳିପାରୁନି। ପୂର୍ବରୁ ଅନେକଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ସୁଫଳ ମିଳିନି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ଭେଟି ଦୁଃଖ ଜଣାଇଛି। ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ସୁବିଧା ପାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri