ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା ଏକ୍ୟୁଏଲ୍‌ଆଇ) ରିପୋର୍ଟ ଅନୁସାରେ ସମ୍ପୂର୍ଣ୍ଣ ଭାରତରେ ୨୦୨୩ରେ ବାୟୁ ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବାହୁ) ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ସୀମାର ଆଠଗୁଣାଠାରୁ ଅଧିକ ଥିଲା। ରିପୋର୍ଟ ଏ କଥା ମଧ୍ୟ ସତର୍କ କରାଇ ଦେଇଛି ଯେ ଯଦି ଭାରତ ହୁ’ର ମାନଦଣ୍ଡ ଅନୁସାରେ ପ୍ରଦୂଷଣ କମାଇବାରେ ସକ୍ଷମ ହୁଏ, ତେବେ ଭାରତୀୟମାନଙ୍କ ଆୟୁ ପାଖାପାଖି ୩.୫ ବର୍ଷ ବୃଦ୍ଧି ପାଇପାରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପରିସ୍ଥିତି ଚିନ୍ତାଜନକ। ୨୦୨୩ରେ ରାଜ୍ୟର ପିଏମ ୨.୫ (୨.୫ ମାଇକ୍ରୋମିଟରରୁ କ୍ଷୁଦ୍ର ପାର୍ଟିକୁଲେଟ ମ୍ୟାଟର ଅର୍ଥାତ ବାୟୁରେ ରହୁଥିବା ସୂକ୍ଷ୍ମ ଧୂଳି, ଧୂଆଁ, ତରଳ କଣିକା, ଧାତୁ ଓ ରାସାୟନିକ କଣିକା ତଥା ଅନ୍ୟାନ୍ୟ ପ୍ରଦୂଷକ ଯାହା ମଣିଷ ଆଖିକୁ ଦେଖାଯାଏ ନାହିଁ), ଶ୍ୱାସରେ ଶରୀରରେ ପଶି ନାକ, ଗଳା, ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡର କ୍ଷତିକରେ। ଏହାର ସ୍ତର ପ୍ରତି ଘନ ମିଟର ପିଛା ୩୬.୪ ମାଇକ୍ରୋଗ୍ରାମ ରହିଥିଲା, ଯାହା ହୁ’ର ସୁରକ୍ଷା ମାପଦଣ୍ଡଠାରୁ ଯଥେଷ୍ଟ ବେଶି।
ସାଧାରଣତଃ ସୂକ୍ଷ୍ମ ପ୍ରଦୂଷକ ତତ୍ତ୍ୱକୁ ପିଏମ ୨.୫ ଏବଂ ସ୍ଥୂଳ ପ୍ରଦୂଷକ ତତ୍ତ୍ୱକୁ ପିଏମ ୧୦ ବୋଲି କୁହାଯାଏ। ହୁ’ ଦ୍ୱାରା ନିର୍ଦ୍ଧାରିତ ସୀମା ଅନୁଯାୟୀ ପିଏମ ୨.୫ ପ୍ରଦୂଷକ ତତ୍ତ୍ୱର ବାର୍ଷିକ ହାରାହାରି ସୀମା ୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ହୋଇଥିବା ବେଳେ ଦୈନିକ ହାରାହାରି ସୀମା ୧୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର, ଯାହା ପିଏମ ୧୦ କ୍ଷେତ୍ରରେ ଯଥାକ୍ରମେ ୧୫ ଓ ୪୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର। ରିପୋର୍ଟ ଅନୁଯାୟୀ ଯଦି ପ୍ରଦୂଷଣ ସ୍ତର ହୁ’ ଦ୍ୱାରା ନିର୍ଦ୍ଧାରିତ ସୀମାକୁ ଅଣାଯାଏ, ତେବେ ଓଡ଼ିଶାର ଲୋକମାନେ ପାଖାପାଖି ୩.୧ ବର୍ଷ ଅଧିକ ଆୟୁ ଲାଭ କରିପାରିବେ। ଏହି ତଥ୍ୟସମୂହ ସାଧାରଣ ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ତୁରନ୍ତ ନିଷ୍ପତ୍ତିମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ୨୦୨୫ର ଏକ୍ୟୁଏଲଆଇ ରିପୋର୍ଟ ଅନୁଯାୟୀ ଚିନ୍ତାଜନକ ଭାବେ ଭାରତର ଜନସଂଖ୍ୟା ଅନୁପାତରେ ପିଏମ ୨.୫ ସାନ୍ଧ୍ରତା ୨୦୨୨ର ୩୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରରୁ ବୃଦ୍ଧି ପାଇ ୨୦୨୩ରେ ୪୧ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରରେ ପହଞ୍ଚିଛି। ଯେଉଁଠି ଅନ୍ୟାନ୍ୟ ଦେଶଗୁଡ଼ିକରେ ବାୟୁ ଗୁଣବତ୍ତାରେ କ୍ରମାଗତ ସୁଧାର ଆସିଛି, ସେଠି ଭାରତ ନିୟନ୍ତ୍ରଣ ଲକ୍ଷ୍ୟରେ ଥିଲେବି ପ୍ରଦୂଷଣର ଅବସ୍ଥା ଧୀରେ ଧୀରେ ଖରାପ ହେଉଛି । ଇଂଲଣ୍ଡରୁ ପ୍ରକାଶିତ ସ୍ୱାସ୍ଥ୍ୟ ପତ୍ରିକା ‘ଦ ଲାନସେଟ’ରେ ବିଶ୍ୱ ରୋଗ ଭାର ଅଧ୍ୟୟନ (ଗ୍ଲୋବାଲ ବର୍ଡନ ଅଫ ଡିଜିଜ) ଉପରେ ଆଧାରିତ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ୨୦୧୭ରେ ଭାରତରେ ପ୍ରଦୂଷଣ ଜନିତ ମୃତ୍ୟୁ ୧୨,୪୦,୫୩୦ (ମୋଟ ମୃତ୍ୟୁର ୧୨.୫%) ଥିଲା ଯାହା କ୍ରମାଗତ ବୃଦ୍ଧି ପାଇ ୨୦୧୯ରେ ୧୬,୭୦,୦୦୦ (ମୋଟ ମୃତ୍ୟୁର ୧୭.୮%) ଓ ୨୦୨୨ରେ ୧୭,୧୮,୦୦୦ରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ୨୦୧୭ରେ ଓଡ଼ିଶାରେ ଏହି ମୃତ୍ୟୁସଂଖ୍ୟା ଥିଲା ୩୧,୧୧୮, ଯାହା ମୋଟ ମୃତ୍ୟୁସଂଖ୍ୟାର ୬.୩%। ତେଣୁ ପ୍ରଦୂଷଣ ଜନିତ ମୃତ୍ୟୁର ଭୟାବହତା କେତେ ତାହା ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ।
ଭାରତର ଦ୍ରୁତ ସହରୀକରଣ ଏବଂ ଯାତାୟାତର ବୃଦ୍ଧି ଏହି ସମସ୍ୟାକୁ ଆହୁରି ତୀବ୍ର କରିଛି। ଯାନବାହନରୁ ନିର୍ଗତ ଧୂଆଁ ସହ ଅନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟକଳାପମାନ ସହରୀ ପ୍ରଦୂଷଣ ସ୍ତରକୁ ବୃଦ୍ଧି କରିଛି। ଓଡ଼ିଶାରେ କୋଇଲା ଆଧାରିତ ଶକ୍ତି ଉତ୍ପାଦନ କେନ୍ଦ୍ର ଥିବା ଶିଳ୍ପାଞ୍ଚଳଗୁଡ଼ିକରେ ପ୍ରଦୂଷଣ ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଦୃଶ୍ୟମାନ, ଯାହା ସମ୍ୱେଦନଶୀଳ ଲୋକଙ୍କ ମଧ୍ୟରେ ଶ୍ୱାସ ରୋଗର ହାର ବୃଦ୍ଧି ଏବଂ ଜୀବନର ଗୁଣବତ୍ତାକୁ ହ୍ରାସ କରିଛି। ଏହି ସଙ୍କଟକୁ ଠିକ୍‌ କରିବା ପାଇଁ ପ୍ରତୀକାତ୍ମକ ପଦକ୍ଷେପ ଛାଡ଼ି ବ୍ୟବସ୍ଥାଗତ ବହୁମୁଖୀ ଯୋଜନା ଆପଣେଇବାକୁ ପଡ଼ିବ। ବୃକ୍ଷରୋପଣ ଭଳି ମହତ ପ୍ରୟାସର ଆବଶ୍ୟକତାକୁ ଶକ୍ତି, ଶିଳ୍ପ, ପରିବହନ ଓ ସହରାଞ୍ଚଳ ଯୋଜନା ଭଳି କ୍ଷେତ୍ରରେ ବ୍ୟବସ୍ଥାଗତ ସୁଧାର ସହ ପରିପୂରକ କରାଯିବା ଆବଶ୍ୟକ। ଏଠି କହି ରଖିବା ଉଚିତ ହେବ ଯେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାୟୁମଣ୍ଡଳର ଗୁଣବତ୍ତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିପାରିବ ନାହିଁ। ବରଂ ଯୋଜନାବଦ୍ଧ ଭାବରେ ହୋଇ ନଥିବା ବୃକ୍ଷରୋପଣ, ଘନ ଜନବସତି ପୂର୍ଣ୍ଣ ତଥା ନିମ୍ନ ବାତାୟନଯୁକ୍ତ ସହରାଞ୍ଚଳରେ ପ୍ରଦୂଷକ କଣିକା ସମୂହକୁ ବାନ୍ଧି ରଖିବାରେ ସକ୍ଷମ ଥିବାରୁ ଅନେକ ସମୟରେ ସେହିସବୁ ଅଞ୍ଚଳର ବାୟୁମଣ୍ଡଳୀୟ ଗୁଣବତ୍ତା ହ୍ରାସ ପାଇଥାଏ। ଏଥିପାଇଁ, ଯୋଜନାବଦ୍ଧ ବୃକ୍ଷରୋପଣ ସହ କୋଇଲା-ଆଧାରିତ ଶକ୍ତି ଉତ୍ପାଦନରୁ ଦୂରେଇ ଯାଇ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକରେ ଆଧୁନିକ ନିର୍ଗମନ ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସହ ଶୁଦ୍ଧ ଉର୍ଜାର ଅନୁଗମନ କରିବା ଜରୁରୀ। ସଡ଼କ ପରିବହନରୁ ହେଉଥିବା ନିର୍ଗମନକୁ କମେଇବା ପାଇଁ ବିଏସ-୬ ଯାନ ମାନଦଣ୍ଡର କଠୋର ପାଳନ, ସର୍ୱସାଧାରଣ ପରିବହନରେ ନିବେଶ ଏବଂ ବିଦ୍ୟୁତ ଚାଳିତ ଯାନ-ଚାଳନା ପାଇଁ ପ୍ରୋତ୍ସାହନ ଅତ୍ୟନ୍ତ ଜରୁରୀ। ଏହାସହ ଧୂଳି-ଧୂଆଁ ନିୟନ୍ତ୍ରଣ ପଦକ୍ଷେପ, ଯନ୍ତ୍ରଚାଳିତ ରାସ୍ତା ସଫେଇ ଏବଂ ନିର୍ମାଣ ନିୟମାବଳୀର କଠୋର ପାଳନ ସହରାଞ୍ଚଳର ପ୍ରଦୂଷିତ କଣିକା ସ୍ତରକୁ କମାଇପାରିବ। ବାୟୁ ପ୍ରଦୂଷଣ କେବଳ ଏକ ପରିବେଶୀୟ ଆହ୍ୱାନ ନୁହେଁ, ବରଂ ସାର୍ୱଜନୀନ ସ୍ୱାସ୍ଥ୍ୟ ପାଇଁ ଏକ ଜରୁରୀ ପରିସ୍ଥିତିରେ ପରିଣତ ହୋଇଛି ବୋଲି ଏକ୍ୟୁଏଲଆଇ ୨୦୨୫ ରିପୋର୍ଟ ଚେତାବନୀ ଦେଉଛି।

ବୃହସ୍ପତି ସାମଲ
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri