ଜଣଙ୍କୁ ଦଳିଦେଲା ହାତୀ

ବାଲେଶ୍ୱର,୩ା୩(ଡି.ଏନ୍‌.ଏ.): ବସ୍ତା ବ୍ଲକ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୫-୬ ଟି ହାତୀ ଥିବା ଏକ ହାତୀପଲ ପଡ଼ୋଶୀ ମୟୂରଭଞ୍ଜ ଜିଲାର ବେତନାସିଆ ଜଙ୍ଗଲରୁ ବାହାରି କରଞ୍ଜିଆ ଗ୍ରାମ ମଧ୍ୟକୁ ଯାଇ ଥିବା ବେଳେ ଶୁକ୍ରବାର ଭୋର୍‌ ସମୟରେ ଉକ୍ତ ଗ୍ରାମର ଭୋଲୁ ରାମ (୫୦) ବାହାରକୁ ଉଠିଥିଲେ ଏବଂ ଅଚାନକ ହାତୀପଲ ହାବୁଡରେ ପଡ଼ି ଯାଇଥିଲେ। ହାତୀପଲ ଦଳି ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାପଡ଼ିଛି।