ଢେଙ୍କାନାଳ ସୀମାରେ ନରହନ୍ତା ହାତୀ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ,୯ା୧: ଅନୁଗୋଳ ଜିଲା ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଙ୍ଗା, ବଅଁରପାଳର ଗଡ଼ସନ୍ତ୍ରୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୪ ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳମୁହଁା ହୋଇଛି। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀ ହିନ୍ଦୋଳ ରେଞ୍ଜ୍‌ ସଞ୍ଜପଡ଼ା ଅଞ୍ଚଳରେ ପ୍ରବେଶ କରିଥିବାବେଳେ ରବିବାର ଏହାକୁ ତର୍କାବେଡା ଜଙ୍ଗଲରେ ଠାବ କରାଯାଇଛି। ଅନୁଗୋଳ ଘଟଣାର ପୁନରାବୃତ୍ତି ଯେପରି ଢେଙ୍କାନାଳରେ ନ ହୁଏ, ସେଥିଲାଗି ବନ ବିଭାଗ ସତର୍କ ହୋଇଉଠିଛି। ହାତୀ ବୁଲୁଥିବା ସ୍ଥାନରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।
୪ ମଣିଷ ମାରିବା ପରେ ଉକ୍ତ ହାତୀ ଦୀର୍ଘପଥ ଅତିକ୍ରମ କରି ଢେଙ୍କାନାଳ ସୀମାରେ ନିଜର ଉପସ୍ଥିତି ଜାହିର କରିଛି। ଯୁଆଡ଼େ ମୁହଁାଉଛି, ସେଠାରେ ବ୍ୟାପକ ଫସଲ କ୍ଷୟକ୍ଷତି କରୁଛି। ଉକ୍ତ ମଣିଷମରା ହାତୀକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କାରଖାନାରେ କାମ କରିବାକୁ ସାଇକେଲରେ ଯାଉଥିବା ଏବଂ ରାତ୍ରି ଡ୍ୟୁଟିରୁ ଫେରୁଥିବା ଶ୍ରମିକ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। ଅନ୍ୟପଟେ ହିନ୍ଦୋଳ ଅଞ୍ଚଳରେ ଥିବା କଳକାରଖାନାର ବିଦ୍ୟୁତ୍‌ ତାର ଉକ୍ତ ହାତୀ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅପରପକ୍ଷେ ନରହନ୍ତା ହାତୀ ଥିବା ପଲର ଅନ୍ୟ ୨୪ ହାତୀ ଅନୁଗୋଳ ବନାଞ୍ଚଳର କୁଲାସିଂହା ଓ ଚନ୍ଦନପୁରରେ ଡେରା ପକାଇଛନ୍ତି। ତେବେ ହଠାତ୍‌ ଉକ୍ତ ହାତୀ କାହିଁକି ଏମିତି ହିଂସ୍ର ହୋଇଉଠିଲା, ତାହାର କାରଣ ଜାଣିବା ଲାଗି ବନ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ହାତୀ କେତେବେଳେ ଢେଙ୍କାନାଳ ସୀମାରେ ପ୍ରବେଶ କରୁଛି ତ ପୁଣି କେତେବେଳେ ଅନୁଗୋଳ ସୀମାକୁ ପଳାଉଛି। ତର୍କାବେଡା ଗ୍ରାମ୍ୟ ଜଙ୍ଗଲରେ ଥିବା ହାତୀ ଅପେକ୍ଷାକୃତ ଶାନ୍ତ ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ଶାନ୍ତ ଭାବେ ଛିଡ଼ା ହୋଇ ରହୁଛି। ୧୦ ମିଟର ଦୂରରୁ ବ୍ୟକ୍ତିଗତ ନିରୀକ୍ଷଣ କରିବା ପରେ ଏହା ଶାନ୍ତ ପଡ଼ିଥିବା ଭାବୁଛୁ। ତଥାପି ହାତୀ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଠିକ୍‌ ଫଟୋଚିତ୍ର ମିଳି ନ ଥିବାରୁ ଉକ୍ତ ହାତୀ ମାଖନା କି ମାଈ ତାହା ଅସ୍ପଷ୍ଟ ରହିଛି। ତେବେ ଏହା ମାଖନା ବୋଲି ଅନୁମାନ କରାଯାଉଛି। ହାତୀଟି ଯେଉଁଠି ରହିଛି, ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ବଡ଼ ଶିଳ୍ପାନୁଷ୍ଠାନ ଅଛି। ବହୁ କର୍ମଚାରୀ ସାଇକେଲରେ କାରଖାନାକୁ କାମ କରିବାକୁ ଯାଉଛନ୍ତି। ସେଠାରେ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri