ମୋନେଟ ପାୱାରକୁ କାର୍ଯ୍ୟକ୍ଷମ କରାଇବ ଜେଏସ୍‌ପିଏଲ୍‌

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ନୂତନ ଅଧିଗ୍ରହଣ କମ୍ପାନୀ ମୋନେଟ ପାୱାରର ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଜେଏସପିଏଲ ପ୍ରାୟ ୧୫୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜେଏସ୍‌ପିଏଲ୍‌ର ଏମ୍‌ଡି ବିମଳେନ୍ଦ୍ର ଝା ମତପ୍ରକାଶ କରିଛନ୍ତି। ଏପରିକି ମୋନେଟ ପାୱାର ପ୍ରୋଜେକ୍ଟକୁ କାର୍ଯ୍ୟକ୍ଷମ କରାଇବା ଦିଗରେ ଜେଏସପିଏଲ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବିଷୟରେ ସେ ବିସ୍ତୃତ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ମୋନେଟ ପାୱାରକୁ ଅଧିଗ୍ରହଣ କରିଥିବା ଜେଏସ୍‌ପିଏଲ୍‌ ଆଗାମୀ ଦିନରେ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବା ଜଣାପଡିଛି। ଏପରିକି ଆସନ୍ତା ୧୨ ରୁ ୧୮ ମାସ ମଧ୍ୟରେ ଜେଏସ୍‌ପିଏଲ୍‌ ଉକ୍ତ ପରିମାଣ ପୁଞ୍ଜି ବିନିଯୋଗ କରି ତା’ର ବିକାଶ କରିବ। ସେହିଭଳି ୨୦୨୨ ଡିସେମ୍ବରରେ ଜେଏସ୍‌ପିଏଲ୍‌ ପ୍ରାୟ ୪୧୦ କୋଟି ଟଙ୍କାରେ ମୋନେଟ ପାୱାରକୁ ହାସଲ କରିଥିଲା। ବିଶେଷକରି ମୋନେଟ ପାଓ୍ବାରର ୧,୦୫୦ ମେଗାୱାଟ (ମେଗାୱାଟ) ନିର୍ମାଣାଧୀନ କୋଇଲାଭିତ୍ତିକ ବିଦ୍ୟୁତ ପ୍ରକଳ୍ପ ଓଡ଼ିଶାର ଅନୁଗୋଳଠାରେ ଥିବା ଜେଏସ୍‌ପିଏଲ୍‌ର ଇସ୍ପାତ କାରଖାନା ନିକଟରେ ଅବସ୍ଥିତ।

ଉକ୍ତ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଜେଏସ୍‌ପିଏଲ ୧,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂତନ ପୁଞ୍ଜି ବିନିଯୋଗ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଉପରୋକ୍ତ ପରିମାଣର ପୁଞ୍ଜି ଆସନ୍ତା ୧୨ରୁ୧୮ ମାସ ମଧ୍ୟରେ ବିନିଯୋଗ ହେବ ବୋଲି ଜଣାପଡିଛି। ସେହିପରି ବିକାଶ କାର୍ଯ୍ୟ ଶେଷ ହେବା ପରେ ଏହା ଅନୁଗୋଳସ୍ଥିତ ଜେଏସପିଏଲର ଇସ୍ପାତ କାରଖାନାକୁ ଶକ୍ତି ଯୋଗାଇବ ବୋଲି ଝା କହିଛନ୍ତି। ଅପରପକ୍ଷରେ ମୋନେଟ ପାୱାର ପାଇଁ ଆବଶ୍ୟକ କୋଇଲା ଜେଏସପିଏଲର ଉତ୍କଳ ବି-୧ ଏବଂ୧-୨ ଖଣିରୁ ଯୋଗାଇ ଦିଆଯିବ ବୋଲି ଯୋଜନା ରହିଛି।

ଉଲ୍ଲେଖଯୋଗ୍ୟ ଗତ ବର୍ଷ ଜେଏସପିଏଲ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଓଡିଶାର ଅନୁଗୋଳ ନିକଟରେ ଥିବା କୋଇଲା ଖଣିରୁ ପ୍ରାୟ ୩୪୭ ନିୟୁତ ଟନ୍‌ ସଂରକ୍ଷିତ ୨ଟି କୋଇଲା ବ୍ଲକ ଜିତିଥିଲା। ସୂଚନାଯୋଗ୍ୟ ଯେ ଓପି ଜିନ୍ଦଲ ଗ୍ରୁପର ଏକ ଅଂଶ ହେଉଛି ଜେଏସ୍‌ପିଏଲ୍‌। କମ୍ପାନୀ ବିଶେଷ କରି ଇସ୍ପାତ, ଶକ୍ତି ଏବଂ ଖଣି କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଉପସ୍ଥିତି ସହ ସମଗ୍ର ବିଶ୍ୱରେ ପ୍ରାୟ ୯୦,୦୦୦ କୋଟି ଟଙ୍କା ବିନିଯୋଗ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?