ଗାଁ ଭିତରେ ପଶିଲା ଦନ୍ତା, ଆଶଙ୍କାରେ ଗ୍ରାମବାସୀ

ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ୨ମାସ ଧରି ୨୪ଟି ହାତୀ ଖୋର୍ଦ୍ଧା ଜିଲା ଭୂଷଣ୍ଡପୁର ବନାଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହି ହାତୀପଲ ଦିନବେଳେ ନିକଟସ୍ଥ କାଜୁ ଜଙ୍ଗଲ ଓ ପାହାଡ଼ରେ ରହି ଆସୁଛନ୍ତି। ହେଲେ ପୂର୍ବପରି ଆଉ ଗହିର ଜମିରେ ଧାନଫସଲ ନ ଥିବାରୁ ବିକଳରେ ଏମାନେ ସଞ୍ଜ ନଇଁଲେ ଗାଁ ଗଣ୍ଡାରେ ପଶି ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଏକ ଦନ୍ତା ହାତୀ ମଙ୍ଗଳବାର ରାତିଠୁ ଲେଣ୍ଡୋ ପଞ୍ଚାୟତ ରେଙ୍ଗାଟା ଗ୍ରାମରେ ପଶି ଦାଣ୍ଡ ଓ ବାଡ଼ିରେ ଆତଙ୍କ ଖେଳାଇଥିଲା।ପରେ ଗ୍ରାମର ମାନସ ସ୍ବାଇଁ ଖଳା ବାଡ଼ିରେ ଥିବା ଛଣଗଦାରୁ କିଛି ଛଣ ଖାଇସାରିବା ପରେ କଦଳୀ ଗଛକୁ ଭାଙ୍ଗି ଦେଇଥିଲା। ପରେ ସେଠାରୁ ଉକ୍ତ ପଞ୍ଚାୟତର ଯାଜପୁର ଗ୍ରାମରେ ପହଞ୍ଚି ଥିଲା। ସେଠାରେ ପ୍ରତ୍ୟୁଷ ସାମନ୍ତରାୟଙ୍କ ବାଡ଼ିରେ ପଶି ତାଙ୍କ ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପିଜୁଳି ଓ କଦଳୀ ଗଛ ଖାଇ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଅବଗତ ପରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଦନ୍ତାଟିକୁ ଘଉଡ଼ାଇ ନେଇଥିବା ସୂଚନା ମିଳିଛି। ହାତୀ ଭୟରେ ଗ୍ରାମବାସୀ ତାଟିକବାଟ ପକାଇ ଦେଇଥିଲେ। ଏନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରେ ହାତୀର ଚଲାପଥ ଉପରେ ଆମେ ନଜର ରଖିଛୁ ଏବଂ ହାତୀ ଦ୍ୱାରା ଯାହା କ୍ଷତି ହୋଇଥିବ ତାକୁ ତଦନ୍ତ କରାଯାଇ ସରକାରୀ ନିୟମ ଅନୁସାରେ ସେ ଚାଷୀ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ରାମେଶ୍ୱର ଡିପିଏଫ୍‌ରେ ୨୩ଟି ଓ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ବାଲିଗାଡ଼ିଆ ଅଞ୍ଚଳରେ ଗୋଟିଏ ହାତୀ ଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପ୍ରତି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଫରେଷ୍ଟର ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri