ପୁଣି ଏକ ହାତୀ ମୃତ୍ୟୁ

ଭଞ୍ଜନଗର,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଗତ ୫ ମାସ ମଧ୍ୟରେ ଘୁମୁସର ବନଖଣ୍ଡରେ ୪ ହାତୀଙ୍କ ଜୀବନ ଯାଇସାରିଲାଣି। ପୂର୍ବରୁ ଦୁଇଟି ଦନ୍ତାହାତୀ ମୃତ୍ୟୁ ମାମଲାରେ ୨ ଜଣ ବନପାଳ, ୨ ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୯ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।