ଆର୍ଜେଣ୍ଟିନାର କାର୍ଡେବାରୁ ୫୧୭ କିଲୋମିଟର ଉତ୍ତରରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫

କାର୍ଡେବା,୨୧ ।୧: ଆର୍ଜେଣ୍ଟିନାର କାର୍ଡେବାରୁ ୫୧୭ କିଲୋମିଟର ଉତ୍ତରରେ ଶନିବାର ଭୋର ୩ଟା ୩୯ରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୫ । ନ୍ୟାଶନାଲ ସିସ୍ମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନସିଏସ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯିବା ସହ ଭୂକମ୍ପ ମୋଣ୍ଟେ କୁଏମାଡୋ, ସୌଂଟିଆଗୋ ଡେଲ ଏଷ୍ଟେରୋ ଅଞ୍ଚଳରେ ଆର୍ଜେଣ୍ଟିନାରୁ ୧୦୪ କିଲୋମିଟର ଦୂରରେ ଅନୁଭୁତ ହୋଇଥିଲା ।
ୟୁରୋପିୟନ-ମେଡିଟେରେନିୟନ ସିସ୍ମୋଲୋଜିକାଲ ,ସେଣ୍ଟର(ଇଏମଏସସି) ଅନୁଯାୟୀ, ଭୂକମ୍ପ ୬୦୦ କିଲୋମିଟର ଗଭିରତାରେ ଥିଲା । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ, ପରାଗ୍ୱେ ଓ ଆର୍ଜେଣ୍ଟିନାରେ ଏହାର ଝଟକା ଅନୁଭୁତ ହୋଇଥିଲା । ହେଲେ ଏବେ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ ।

Share