Posted inଜାତୀୟ

ଅଟୋ ଡ୍ରାଇଭରଙ୍କ ଝିଅ ବିବାହରେ ମିଳିବ ୧ ଲକ୍ଷ ଟଙ୍କା, ଏହାସହ ୧୦ ଲକ୍ଷର ଲାଇଫ୍‌ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ଅଟୋ ଡ୍ରାଇଭରଙ୍କ ପାଇଁ ପାଞ୍ଚଟି ବଡ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗଠନ କରେ ତେବେ କୌଣସି ଅଟୋ ଡ୍ରାଇଭରଙ୍କ ଝିଅ ବିବାହ କରନ୍ତି ତେବେ ସରକାର ଆର୍ଥିକ ସହାୟତା ଭାବରେ ୧ ଲକ୍ଷ ଟଙ୍କା ଦେବେ। ପ୍ରତ୍ୟେକ ଅଟୋ ମାଲିକଙ୍କୁ ୧୦ଲକ୍ଷ ଟଙ୍କା ଜୀବନ ବୀମା ଏବଂ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ।
ଅରବିନ୍ଦ କେଜରିୱାଲ କହିଛନ୍ତି, ଅଟୋ ବାଲାଙ୍କ ସହ ମୋର ବହୁତ ପୁରୁଣା ସମ୍ପର୍କ ଅଛି। ମୋର ମନେ ଅଛି ୨୦୧୩ରେ ଯେତେବେଳେ ମୋର ନୂଆ ଦଳ ଗଠନ ହୋଇଥିଲା, ସେତେବେଳେ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା। ସେତେବେଳେ ଅଟୋ ବାଲାମାନେ ଦିଲ୍ଲୀରେ ଅପମାନିତ ହୋଇଥିଲେ। ଅଟୋ ବାଲାଙ୍କ ସମର୍ଥନରେ ଥିଲେ ଯଦି ଆମ ସରକାର ଗଠନ ହୁଏ ତେବେ ଆମେ ଅନେକ କାର୍ଯ୍ୟ କରିବୁ । ଗତକାଲି ମୁଁ ଅଟୋବାଲା ଭାଇମାନଙ୍କ ସହ ଘରେଏକ ବୈଠକ କରିଥିଲି। ସେମାନେ ମୋତେ ଘରକୁ ନିମନ୍ତ୍ରଣ କରିଥିଲେ। ସେମାନେ ମୋତେ ବହୁତ ଭଲ ଖିବା ଦେଇଥିଲେ। ମୁଁ କହିପାରେ ଯେ ମୁଁ ଅଟୋ ବାଲାଙ୍କ ଲୁଣ ଖାଇଛି।
କେଜରିଓ୍ବାଲଙ୍କ ଘୋଷଣା ଅନୁଯାୟୀ…
* ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟୋ ଡ୍ରାଇଭରମାନଙ୍କ ପାଇଁ ବୀମା।
*ଅଟୋ ଡ୍ରାଇଭର ଝିଅର ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା।
*ବର୍ଷକୁ ଦୁଇଥର ଅଟୋ ଡ୍ରାଇଭର ୟୁନିଫର୍ମ ପାଇଁ ୨୫୦୦ଟଙ୍କା।
*ଅଟୋ ଡ୍ରାଇଭର ପିଲାମାନଙ୍କର କୋଚିଂ ଖର୍ଚ୍ଚ ସରକାର ବହନ କରିବେ।
ସୂଚନାଯୋଗ୍ୟ, ଅରବିନ୍ଦ କେଜରିୱାଲ ତାଙ୍କ ସ୍ତ୍ରୀଙ୍କ ସହ କୋଣ୍ଡଲି ଅଞ୍ଚଳର ନବନୀତ କୁମାର ନାମକ ଜଣେ ଅଟୋ ଡ୍ରାଇଭରଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବାକୁ ଆସିଥିଲେ। ଏହା ପରେ ସେ ଏହି ଘୋଷଣା କରିଥିଲେ। ନବନୀତ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଏକ ବଡ଼ ଘୋଷଣା ସହିତ ଲୁଣର ଋଣ ପରିଶୋଧ କରିଛନ୍ତି। ସେ ଘରକୁ ଆସି ରାତ୍ରୀ ଭୋଜନ କରି ପରିବାର ଲୋକଙ୍କୁ ଭେଟିଥିଲେ। ପରିବାର ବହୁତ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri