ସାମାନ୍ୟ ବଚସାରୁ କୁରାଢ଼ିରେ ଆକ୍ରମଣ

ଠାକୁରମୁଣ୍ଡା,୬ା୧୦(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଧୀନ କରଡ଼ାପାଳ ଗ୍ରାମରେ କୁରାଢ଼ି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବିରଞ୍ଚି ମହାନ୍ତ। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଗ୍ରାମର ଚନ୍ଦ୍ର ହୋଙ୍କ ଘରକୁ ବିରଞ୍ଚତ୍ ଯାଇଥିଲେ। କୌଣସି କାରଣକୁ ନେଇ ରାତି ପ୍ରାୟ ୧୦.୩୦ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲ। ଚନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ବିରଞ୍ଚତ୍ଙ୍କ ଗୋଡ଼କୁ ଏକ କୁରାଢ଼ିରେ ହାଣି ଦେଇଥିଲେ। ଗୁରବାର ବିରଞ୍ଚତ୍ଙ୍କ ପିତା କୃଷ୍ଣଚନ୍ଦ୍ର ମହାନ୍ତ ଏ ସମ୍ପର୍କରେ ମହୁଲଡ଼ିହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ. ୫୭/୨୩)ରୁଜୁ କରି ଅଭିଯୁକ୍ତ ଚନ୍ଦ୍ରଙ୍କୁ ଗିରଫ କରିଛି।