Categories: ଜାତୀୟ

ଭାବୀସ୍ବାମୀଙ୍କୁ ଗିରଫ କଲେ ମହିଳା ପୋଲିସ

ଗୁଆହାଟୀ, ୬ା୫: ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ନଅଗାଁ ଥାନାରେ ଜୁନମୋନି ରାଭା ସବ୍‌ଇନ୍ସପେକ୍ଟର ଅଛନ୍ତି। ରାନା ପୋଗାଗ୍‌ଙ୍କ ସହ ଗତ ଅକ୍ଟୋବରରେ ତାଙ୍କର ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଭୟଙ୍କ ବାହାଘର ହେବାର ଥିଲା। ରାନା ପୋଗାଗ୍‌ ନିଜକୁ ଓଏନ୍‌ଜିସିର ଲୋକସମ୍ପର୍କ ଅଧିକାରୀ ପରିଚୟ ଦେଇ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା। ପୋଲିସ ତାଙ୍କଠାରୁ ଓଏନ୍‌ଜିସିର ଜାଲ୍‌ ସିଲ୍‌ ସହ ମିଥ୍ୟା ପରିଚୟ ପତ୍ର ଓ ଅନ୍ୟ ଦସ୍ତାବିଜ୍‌ ଜବତ କରିଛି।

Share