Categories: ଜାତୀୟ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଭୋଗୁଥିଲେ ଜେଲ୍‌ଦଣ୍ଡ: ଜେଲ୍‌ରେ ଚାଲିଗଲା ଜୀବନ

କର୍ନଲ,୧୦।୧୦: ହରିୟାଣାର କର୍ନଲ ଜିଲାରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହାଜତରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ କରନ ବିହାର ଅଞ୍ଚଳର ବିକାଶ (୩୨)ଙ୍କୁ ପୋଲିସ ଗିରଫ କରିଥିଲା। ୨ ମାସ ପୂର୍ବରୁ କରନ କୋର୍ଟରେ ବିବାହ କରିଥିଲେ। ତେବେ ତାଙ୍କ ବିବାହକୁ ଝିଅଘର ଲୋକେ ବିରୋଧ କରୁଥିଲେ। ଝିଅଘର ଲୋକେ ତାଙ୍କୁ ମାଡ଼ ମାରି ପୋଲିସରେ ଦେଇଥିଲେ ବୋଲି ବିକାଶଙ୍କ ପରିବାର ଅଭିଯୋଗ କରିଛନ୍ତି। ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

 

Share