ଅମିତାଭଙ୍କ ମଜା ଉଡାଇଲେ ୯ ବର୍ଷର ବାଳକ

ମୁମ୍ବାଇ: ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କରୋଡ଼ ପତିର ନୂଆ ପ୍ରୋମୋ ଶେୟାର କରିଛି । ଯେଉଁଥିରେ ବିଗ୍‌ ବିଙ୍କ୍‌ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି । ଏହା ସହିତ ହଟସିଟରେ ହିମାଚଳର ଜଣେ ୯ ବର୍ଷର ବାଳକ ବସିଥିବା ନଜର ଆସୁଛି । ଯାହାଙ୍କ ନାଁ ହେଉଛି ଅରୁଣୋଦାଇ ଶର୍ମା। ପ୍ରଥମେ ସେ ହିମାଚଳର ପାରମ୍ପରିକ ଡାନ୍ସ କରି ହଟ ସିଟ ଯାଏ ଆସିଛନ୍ତି ।

ବିଗ୍‌ ବିଙ୍କ୍‌ ଅରୁଣୋଦାଇଙ୍କୁ ପଚାରିଛନ୍ତି ଯେ, ସେ ତାଙ୍କୁ ଅରୁଣୋଦାଇ ଡାକିବେ ? ପ୍ରଶ୍ନ ନ ସରୁଣୁ ସେ ଜବାବ ଦେଇଛନ୍ତି କି ସାର ଆପଣ ଯାହା ବି ଡାକୁଛନ୍ତି ଡାକନ୍ତୁ କିଛି ଫରକ ପଡ଼େନି। ଆପଣ ଡାକିବା ହିଁ ବହୁତ କିଛି। ଏହାପରେ ଅମିତାଭ ବଚ୍ଚନ ତାଙ୍କୁ ଖେଳର ନିୟମ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଅରୁଣୋଦାଇ ଅତି ନମ୍ରତାର କହିଛନ୍ତି ଯେ, ଆପଣଙ୍କ ପାଖରେ ଯେତେବେଳେ କିଛି କହିବାକୁ ନ ଥାଏ, ସେତେବେଳେ ଆପଣ ନିୟମ ବୁଝାଇବା ଆରମ୍ଭ କରିଦିଅନ୍ତି। ଏହି କଥା ଶୁଣି ବିଗ୍‌ ବିଙ୍କ୍‌ କହିଛନ୍ତି ୟାଙ୍କ ଆଗରେ ମୁଁହ ନ ଖୋଲି ଚୁପ୍‌ ରହିବା ଭଲ । ଏ କଥା ଶୁଣି ଅରୁଣୋଦାଇ କହିଛନ୍ତି ଆପଣ ଯଦି ମୁଁହ ନ ଖୋଲିବେ ତେବେ ଶୋ’ ଚାଲିବ କିପରି? ତାଙ୍କର ଏଭଳି କଥା ଶୁଣି ବିଗ୍‌ ବିଙ୍କ୍‌ ଏବଂ ଉପସ୍ଥିତ ଦର୍ଶକ ହସିବାକୁ ଲାଗିଛନ୍ତି। ଯାହା ଏବେ ଏହା ବେଶ୍‌ ଭାଇରାଲ ହେଉଛି।

Share