ବର୍ଷାଦିନେ ଛତା ଧରି ପଢ଼ୁଛନ୍ତି ଅଷ୍ଟମ ଶ୍ରେଣୀ ପିଲା

ନବରଙ୍ଗପୁର,୨୭।୯(ବି.ପ୍ର.):ଶିକ୍ଷା ମାନବ ସମାଜର ଦର୍ପଣ। ହେଲେ ଭିତ୍ତିଭୂମିର ବିକାଶ ନ କରାଯାଇ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକରୁ ମାଧ୍ୟମିକ ବିଭାଗକୁ ଉନ୍ନୀତ କରି ଦିଆଯାଉଛି ା ଛାତ୍ରୀଛାତ୍ର ବସିବା ପାଇଁ କ୍ଲାସ୍‌ ରୁମ୍‌ ନାହିଁ। ଖେଳକୁଦ ପାଇଁ ମଧ୍ୟ ପଡ଼ିଆଟିଏ ନ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି ନବରରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ବିଦ୍ୟାଳୟରେ।
୧୯୦୨ରେ ଏହି ବିଦ୍ୟାଳୟ ସ୍ଥାପିତ। ଏବେ ତାହା ଉନ୍ନୀତ କରାଯାଇ ୟୁଜି ହାଇସ୍କୁଲ ଭାବେ ପରିଚାଳିତ ହେଉଛି। ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୧୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ଆଜବେଷ୍ଟସ୍‌ ପଡ଼ିଛି। ଆଜ୍‌ବେଷ୍ଟସ୍‌ଗୁଡିକ ଫାଟିଯାଇଛି ା ଶ୍ରେଣୀଗୃହ ଅଭାବ ଯୋଗୁ ପ୍ରଥମ ଓ ଦ୍ୱୀତୀୟ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି। ଅଷ୍ଟମ ଶ୍ରେଣୀ ପିଲାମାନେ ବସି ପଢ଼ୁଥିବା କୋଠାର ଆଜ୍‌ବେଷ୍ଟସ୍‌ ଫାଟିଯାଇଛି। ଫଳରେ ବର୍ଷାଦିନେ ପିଲାମାନେ ଶ୍ରେଣୀଗୃହରେ ଛତା ଧରି ବସି ପଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ନବମ ଶ୍ରେଣୀରେ ୯୧ ଓ ୧୦ମରେ ୪୮ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ଗୋଟିଏ କୋଠରିରେ ନବମ ଶ୍ରେଣୀ ଛାତ୍ରୀଛାତ୍ର ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। କାର୍ଯ୍ୟାଳୟ ସମେତ ଦୁଇଟି କୋଠରିରେ ସ୍ବଳ୍ପ ବର୍ଷା ହେଲେ ପାଣି ଗଳୁଛି। ପିଲାମାନେ ବସି ପାଠ ପଢ଼ିବା କଷ୍ଟକର ହୋଇପଡୁଛି। ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ। ଅତିରିକ୍ତ ଶ୍ରେଣୀଗୃହ ଓ ପାଚେରି ନିର୍ମାଣ ପାଇଁ ଅନେକ ଥର ଜିଲାପାଳ, ବିଧାୟକ ଓ ଏମ୍‌ପିଙ୍କୁ ଦର୍ଶାଯାଇଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନଳକୂପ ରହିଛି। ପାଣି ପିଇବା ଉପଯୋଗୀ ହୋଇ ପାରୁନାହିଁ। ଗାଁକୁ ଯୋଗାଣ ହେଉଥିବା ପାଇପ ଯୋଗେ ପାଣି ବିଦ୍ୟାଳୟକୁ ଅଣାଯାଇଛି। ସେଥିରେ ମଧ୍ୟ ଠିକ୍‌ ଭାବେ ପାଣି ଆସୁ ନାହିଁ। ପିଲାମାନେ ପିଇବା ପାଣି ପାଇଁ ବହୁ ସମସ୍ୟାର ସମ୍ମୁ୍‌ଖୀନ ହେଉଛନ୍ତି। ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ପାଣିର ଆବଶ୍ୟକ ରହୁଛି। ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ପାଚେରି ଓ ପାଣିର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ଅଭିଭାବକ। ଏନେଇ ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଶ୍ରେଣୀଗୃହ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ବିଦ୍ୟାଳୟର ଉନ୍ନତୀକରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri