ବ୍ରାହ୍ମଣୀ ନଦୀକୂଳରୁ ମିଳିଲା ୭୦୦ ବର୍ଷର ପୁରାତନ ମନ୍ଦିର

ଭୁବନେଶ୍ୱର, ୨୩।୩(ବ୍ୟୁରୋ) – ରାଜ୍ୟର ଏବେ ବି କେତେକ ସ୍ଥାନରେ ପୂର୍ବରୁ ଲୋପ ପାଇଯାଇଥିବା ଐତିହ୍ୟ କୀର୍ତ୍ତିରାଜି ଓ ମନ୍ଦିରଗୁଡ଼ିକ ଭଗ୍ନାବସ୍ଥାରେ ଲୁଚି ରହିଛି। ତେବେ ଏଭଳି ଐତିହ୍ୟ ଓ କୀର୍ତ୍ତିରାଜି ଲୁଚି ରହିଥିବା ବେଳେ ମଙ୍ଗଳବାର ଢେଙ୍କାନାଳ ଜିଲା ତୁମୁସିଂଘା ତହସିଲ ଅନ୍ତର୍ଗତ ରାୟନରସିଂହପୁର ଗ୍ରାମ ବ୍ରାହ୍ମଣୀ ନଦୀକୂଳରୁ ଏକ ପ୍ରାଚୀନତମ ମନ୍ଦିରର ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଏହି ପୁରାତନ ମନ୍ଦିରକୁ ଗବେଷଣା କରୁଥିବା ଇନ୍‌ଟାକ୍‌ (Indian National Trust For Art & Cultural Heritage) ଟିମ୍‌ ସନ୍ଧାନ କରିବା ସହ ଏହାର ଐତିହ୍ୟ ବିଷୟରେ ଅନୁସନ୍ଧାନ ଚଳାଇଛି। ସନ୍ଧାନ ମିଳିଥିବା ଏହି ଭଗ୍ନ ମନ୍ଦିରଟି ପ୍ରାୟ ୭୦୦ବର୍ଷରୁ ଅଧିକ ପୁରାତନ ହୋଇଥିବା ଇନଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି।
ରାୟନରସିଂହପୁର ଅଞ୍ଚଳର କେତେଜଣ ଲୋକ ଉକ୍ତ ନଦୀକୂଳ ବାଟେ ଯିବାବେଳେ ଏକ ମନ୍ଦିରର ଧ୍ୱଂସାବଶେଷ ପଡ଼ିଥିବା ଦେଖି ଇନଟାକ୍‌ର ପ୍ରକଳ୍ପ ସଂଯୋଜକ ଅନୀଲ ଧୀରଙ୍କୁ ଜଣାଇଥିଲେ। ଇନଟାକ୍‌ର ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ ରାୟନରସିଂହପୁର ଗସ୍ତ କରି ଏହି ଐତିହାସିକ ସ୍ଥାନଟିର ପ୍ରାରମ୍ଭିକ ସର୍ବେକ୍ଷଣ କରିଛନ୍ତି। ଏ ନେଇ ଇନ୍‌ଟାକ ପ୍ରକଳ୍ପ ସହାୟକ ନାୟକ କହିଛନ୍ତି, ଏହି ପ୍ରାଚୀନ ମନ୍ଦିରଟି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଥିଲା। ହୁଏତ ବ୍ରାହ୍ମଣୀ ନଦୀରେ ଆସୁଥିବା ବନ୍ୟା ଯୋଗୁ ଅଥବା ନଦୀ ଏହାର ଗତିପଥରେ ପରିବର୍ତ୍ତନ ଆଣିଥିବାରୁ ଏହା ଭାଙ୍ଗିଯାଇଥିଲା। ଏବେ ପୁରୁଣା ମନ୍ଦିରର ବିଶାଳ ଅମଳକ ଶିଳା ନଦୀକୂଳରେ ପଡିରହିଛି। ଯେଉଁ ସ୍ଥାନରେ ଏହା ପଡିରହିଛି ତାହା ଏକ ଛୋଟ ଢିପ ସ୍ଥାନ। ହୁଏତ ପୁରାତନ ମନ୍ଦିରର ମୂଳ ଅଂଶ ମଧ୍ୟ ସେହି ସ୍ଥାନରେ ଥିଲା। ଅମଳକ ଶିଳାର ବିଶାଳତା ସୂଚନା ଦେଉଛି ଯେ, ଏଠାରେ ଏକ ବୃହତ ମନ୍ଦିର ଥିଲା। ସ୍ଥାନଟିର ଆଖପାଖରେ ଅନେକ କାରୁକାର୍ଯ୍ୟଯୁକ୍ତ ପ୍ରସ୍ତର ଖଣ୍ଡ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ନାଗନାଗୀ, ନାୟିକା, ଅଳସକନ୍ୟା, ରାଜକୀୟ ମୂର୍ତ୍ତି ଉଲ୍ଲେଖଯୋଗ୍ୟ। ଏ ସବୁର ଗଠନଶୈଳୀକୁ ବିଚାର କଲେ ମନ୍ଦିରର ନିର୍ମାଣ ଅବଧି ଓଡ଼ିଶାରେ ଗଙ୍ଗବଂଶୀ ଶାସନ ସମୟ କିମ୍ବା ତା’ର ପୂର୍ବବର୍ତ୍ତୀ ସମୟର ବୋଲି ହୋଇପାରେ ବୋଲି ଦୀପକ ନାୟକ କହିଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ଏକ ପ୍ରାଚୀନ ଶିବ ମନ୍ଦିର ଥିଲା ଏବଂ ପ୍ରାୟ ୬୦ ବର୍ଷ ତଳେ ଏଠାରୁ ଉଦ୍ଧାର ହୋଇଥିବା ଅନେକ ପ୍ରାଚୀନ ପ୍ରତିମା ଗ୍ରାମର ସିଦ୍ଧେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି।
ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର ତୁରନ୍ତ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବି କରିଛନ୍ତି। ଖନନ କରାଗଲେ ସ୍ଥାନଟି ସମ୍ପର୍କରେ ଅଧିକ ଐତିହାସିକ ତଥ୍ୟ ଉନ୍ମୋଚନ ହୋଇପାରିବ। ଇନ୍‌ଟାକ୍‌ ତରଫରୁ ଶେଷ କିଛିବର୍ଷ ଧରି ହେଉଥିବା ଐତିହ୍ୟ ଅନ୍ବେଷଣରେ ପ୍ରାୟ ୯୦ରୁ ଅଧିକ ଜଳମଗ୍ନ/ଅର୍ଦ୍ଧଜଳମଗ୍ନ ମନ୍ଦିରର ସୂଚନା ରହିଛି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନ୍‌ଟାକ୍‌ ତରଫରୁ ସରକାରଙ୍କୁ ଅବଗତ କରାଯିବ ବୋଲି ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri