ହଠାତ୍‌ ଯୁବକଙ୍କ ଉପରେ ପଡ଼ିଲା ୧୧ କେଭି ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ):୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଇଲେଭେନ କେଭି ବିଦ୍ୟୁତ ତାର ହଠାତ୍‌ ଛିଡି ପଡିଛି l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ ଗାଡିରୁ ଛିଟିକି ପଡିଥିଲେ। ସେଠାରେ ଉପସ୍ଥିତ ଥିବା ପପି ମହାଙ୍ଗୁଡ଼ ଓ କାଳିଆ ତାଙ୍କୁ ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେ ସାମାନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଆଲୋଚନା ହେଉଛି l ଆହତ ଯୁବକ ଯୁବକ ହେଲେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅନ୍ତର୍ଗତ ବଜ୍ରକୋଟ ମୁନା ସାଗର ନାୟକ (୨୪ବର୍ଷ )ବୋଲି ଜଣାପଡିଛି l ମୁନା ନିଜ ଆପାଚୀ (ନ ଓଡ଼ି୦୭ଏବି୪୨୫୫) ବାଇକରେ ବ୍ରହ୍ମପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା l ଖବର ପାଇ ଗଞ୍ଜାମ ବିଦ୍ୟୁତ ସେକ୍ସନ କର୍ମଚାରୀ ବିଦ୍ୟୁତ ସରବରାହ ବନ୍ଦ କରି ଯୁଦ୍ଧକାଳୀନ ଭିତ୍ତିରେ ଛିଣ୍ଡି ଥିବା ତାର ସଜାଡ଼ିଥିଲେ। ଅନ୍ୟପଟେ ତାର ଛିଣ୍ଡିବା ପରେ ଦୁଇପାର୍ଶ୍ୱରେ ଗାଡି ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା l ଫଳରେ ବସ ଗୁଡିକ ସହର ଦେଇ ଯାତାୟାତ କରିଥିଲା l

 


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri