ରାଷ୍ଟ୍ରପତି ଭବନରେ ମଉଜ

କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କ ଇସ୍ତଫା ଦାବିରେ ସାଧାରଣ ଜନତା ଅଡ଼ିବସିଛନ୍ତି। ରାଷ୍ଟ୍ରପତି ଇସ୍ତଫା ନ ଦେବା ଯାଏ ତାଙ୍କ ସରକାରୀ ବାସଭବନ ଛାଡ଼ି ଯିବୁ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଗୋଟାବାୟାଙ୍କ ବିଳାସପୂର୍ଣ୍ଣ ରାଷ୍ଟ୍ରପତି ଭବନର ମଜା ନେବା ପାଇଁ ଲୋକେ ତାଙ୍କ ସୁଇମିଂ ପୁଲ୍‌ରେ ପହଁରୁଛନ୍ତି ଓ ଜିମ୍‌ରେ ବ୍ୟାୟାମ କରୁଛନ୍ତି। ଏପରି କି ସୁସଜ୍ଜିତ ଶୟନକକ୍ଷର ବେଡ୍‌ଗୁଡ଼ିକ ଉପରେ ଶୋଇବା ସହ ସମ୍ମିଳନୀ କକ୍ଷରେ ବୈଠକ କରୁଛନ୍ତି। କେହି କେହି ତାଙ୍କ ରୋଷେଇ ଘରେ ସୁସ୍ବାଦୁ ବ୍ୟଞ୍ଜନ ଖାଉଥିବାବେଳେ ଆଉ କେତେକେ ରାଷ୍ଟ୍ରପତି ଭବନ ପରିସରରେ ଚୁଲି ଜାଳି ଭୋଜି କରୁଛନ୍ତି।

ହାଇ-ସିକ୍ୟୁରିଟି ଜୋନ୍‌ରେ ଥିବା ଯେଉଁ ରାଷ୍ଟ୍ରପତି ଭବନର ସୁରକ୍ଷାକୁ ଏକଦା ଭେଦ କରିବା ଅସମ୍ଭବ ଥିଲା, ଆଜି ତାହା ଏକପ୍ରକାର ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଯାଇଛି। ଇତିମଧ୍ୟରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ୧୭.୮୫ ନିୟୁତ ଟଙ୍କା ପାଇଛନ୍ତି। ରବିବାର ସେମାନେ ବିଡ଼ା ବିଡ଼ା ନୋଟ୍‌ ଗଣୁଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଉପରେ ମୋଟ ୫୧ ବିଲିୟନ ଆମେରିକୀୟ ଡଲାର ବିଦେଶୀ ଋଣ ରହିଛି। ତହିଁରୁ ୨୦୨୬ ସୁଦ୍ଧା ୨୫ ବିଲିୟନ ଡଲାର ପରିଶୋଧ କରିବାକୁ ପଡ଼ିବ। ତେବେ ଗତ ଏପ୍ରିଲରେ ତହିଁରୁ ୭ ବିଲିୟନ୍‌ ଡଲାର ଋଣ ଶୁଝିବାକୁ ଅକ୍ଷମତା ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ ଦେଶକୁ ଦେବାଳିଆ ଘୋଷଣା କରିଥିଲା।

ଶ୍ରୀଲଙ୍କାର ଏହି ଆର୍ଥିକ ଦୁର୍ଗତି ପାଇଁ ରାଷ୍ଟ୍ରପତିଙ୍କୁ ଦାୟୀ କରି ଦେଶର ବିଭିନ୍ନ ଭାଗରୁ ବସ୍‌, ଟ୍ରକ୍‌ ଓ ଟ୍ରେନ୍‌ରେ ଅନେକ ହଜାର ଲୋକ ଶନିବାର ରାଷ୍ଟ୍ରପତି ଭବନ ଆଡ଼କୁ ମୁହଁାଇଥିଲେ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିପାରନ୍ତି ବୋଲି ଗୋଟାବାୟା ପଳାୟନ କରିଥିଲେ। ଗୋଟାବାୟା କେଉଁଠି ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନ ଥିବାବେଳେ ସେ ଏକ ଅଜ୍ଞାତ ସ୍ଥାନରୁ ଦେଶର ଅଧିକାରୀମାନଙ୍କୁ ଏଲ୍‌ପିଜି ବଣ୍ଟନର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାରେ ଏଲ୍‌ପିଜି ଅଭାବ ଯୋଗୁ ଲୋକେ କାଠ ଜାଳି ରୋଷେଇ କରୁଛନ୍ତି। ଏଲ୍‌ପିଜି ସଙ୍କଟ ମଧ୍ୟରେ ଦେଶକୁ ୩,୭୦୦ ମେଟ୍ରିକ୍‌ ଟନ୍‌ ରନ୍ଧନ ଗ୍ୟାସ୍‌ ଆସିଥିବା ରବିବାର ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ରବିବାର ଅପରାହ୍ନରେ କେରାଓ୍ବାଲାପିତିୟାରେ ଏକ ଜାହାଜ ପହଞ୍ଚତ୍ଛି। ଦ୍ୱିତୀୟ ଜାହାଜ ୩,୪୭୦ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ନେଇ ସୋମବାର ପହଞ୍ଚତ୍ବ। ସେହିପରି ତୃତୀୟ ଜାହାଜ ଆସନ୍ତା ୧୫ ତାରିଖରେ ପହଞ୍ଚତ୍ବ, ଯହିଁରେ ୩,୨୦୦ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ଆସୁଛି ବୋଲି ଶ୍ରୀଲଙ୍କା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସେପଟେ ଗୋଟାବାୟା ୧୩ ତାରିଖରେ ଇସ୍ତଫା ଦେବେ ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କୁ କହିବା ସତ୍ତ୍ୱେ ଶନିବାରଠାରୁ ବିକ୍ଷୋଭକାରୀଙ୍କ ଦଖଲରେ ରାଷ୍ଟ୍ରପତି ଭବନ ରହିଛି। ସେ ପଦ ନ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କ ଅଫିସ୍‌ କି ଘର ଛାଡ଼ି କୁଆଡ଼େ ଯିବୁ ନାହିଁ ବୋଲି ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ କହିଛନ୍ତି। ନୂଆ ସରକାର ଗଠନ ହେଲେ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ ବୋଲି ଶ୍ରୀଲଙ୍କାବାସୀ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri