ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ ଦରରେ କ୍ଷୀର କିଣା ସମେତ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ସର୍ୱାଧିକ ବିକ୍ରି ହେଉଥିବା ଅମୁଲ ତାଜା ଟୋନ୍‌ଡ ମିଲ୍କ ଲିଟର ପ୍ରତି ୨ ଟଙ୍କା ଏବଂ ଅମୁଲ ଗୋଲ୍ଡ ମିଲ୍ଡ ୪ ଟଙ୍କା ବଢ଼ାଯାଇଛି। ଗତ ମେ’ରେ ଗୁଜରାଟ କୋ-ଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ ଏବଂ ମଦର ଡେରୀ ଖୁଚୁରା କ୍ଷୀର ଦର ବଢ଼ାଇଥିଲା। ଗତ ମାସରେ କର୍ନାଟକର ଲୋକପ୍ରିୟ ଡେରୀ ବ୍ରାଣ୍ଡ ନନ୍ଦିନୀ ମଧ୍ୟ କ୍ଷୀର ଦାମ୍‌ ବୃଦ୍ଧି କରିଥିଲା।

Share