Categories: ଖେଳ

ବିରୁଷ୍କାଙ୍କୁ ନିଆରା ବଧେଇ ଜଣାଇଲା ଅମୁଲ ଇଣ୍ଡିଆ, କାର୍ଟୁନ୍‌ କରି ଲେଖିଲା..

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀ ପିତା ହୋଇଛନ୍ତି। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ଉଭୟ ବିରାଟ ଏବଂ ପତ୍ନୀ ଅନୁଷ୍କାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି କ୍ରମରେ ଅମୁଲ୍‌ ଡୁଡଲ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛି।

ବିରୁଷ୍କାଙ୍କ ପ୍ରଥମ ସନ୍ତାନ ହେବା ଖୁସିରେ ଅମୁଲ୍‌ ଇଣ୍ଡିଆ ଟୁଇଟରରେ ଏକ ସୁନ୍ଦର କାର୍ଟୁନ କରି ‘ଏହି ଡେଲିଭରି ବୋଲ୍ଡ କରିଦେଲା। ଘରକୁ ସ୍ବାଗତ’ ବୋଲି ଲେଖିଛି। ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ବେଶ୍‌ ପସନ୍ଦ କରାଯାଉଛି। ଲୋକମାନେ ଏଥିରେ ପ୍ରତିକ୍ରିୟା ରଖୁଛନ୍ତି।

ପୂର୍ବରୁ ୨୦୨୦ ଅଗଷ୍ଟରେ ମଧ୍ୟ ଅମୁଲ କାର୍ଟୁନ୍‌ କରି ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲା। ସେତେବେଳେ ଉଭୟ ଏହି ମାତାପିତା ହେବାକୁ ଯାଉଥିବାର ଖୁସିଖବର ଶୁଣାଇଥିଲେ।

Share