Categories: ଜାତୀୟ

ନିଜକୁ ଗୁଳି ମାରିଲେ ଲେଫନାଣ୍ଟ କର୍ନେଲ

ଶ୍ରୀନଗର,୩।୩:ଶ୍ରୀନଗର ଉପକଣ୍ଠ ଖାନମୋହରେ ଜଣେ ଲେଫ୍ଟନାଣ୍ଟ କର୍ନେଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେନା ଅଧିକାରୀ କାହଁିକି ଏପରି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର ଅନୁସନ୍ଧାନ କରାଯାଉଛି। ବୁଧବାର ଡିପୋରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ନେଲ ସୁଦୀପ ଭାଗବତ ନିଜକୁ ଗୁଳି କରିତତ୍ବା ପୋଲିସ ଅଧିକାରୀ କହିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି। ଏହାପୂର୍ବରୁ ଗତ ଫେବୃୟାରୀ ୬ରେ ଜମ୍ମୁ ଡିଭିଜନର ଅଖନୋରରେ ଜଣେ ସେନା ଯବାନ ଆତ୍ମହତ୍ୟା କରିଥିଲେ। ସମ୍ପୃକ୍ତ ଯବାନ ନିଜକୁ ଗୁଳି କରି ହତ୍ୟା କରିଥିଲେ।

Share