ହାଟଡିହୀ/ଛେନାପଦୀ,୧୫।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ବେଛାକୃତ ଭାବେ ଅନେକ ବ୍ୟକ୍ତି ଉପସ୍ଥିତ ହୋଇ ରକ୍ତଦାନ କରିଥିଲେ । ଆନନ୍ଦପୁର ଉପଖଣ୍ଡ ମେଡିକାଲର ଡାକ୍ତର ଅମର କୁମାର ବେହେରା, କର୍ମଚାରୀ ଅଶୋକ ସୁତାର, ସୁଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ଗ୍ରହଣ କରିଥିଲେ ।
ସତ୍ୟସାଇ ଜିଲା ସଭାପତି ବିଭୂତି ଭୂଷଣ ବେହେରା, ସତ୍ୟସାଇ ସେବା ଦଳ ସଂଯୋଜକ ଆଦିକନ୍ଦ ସ୍ୱାଇଁ, ମରୈଗାଁ ସମିତି ଆବାହକ ଶଶୀ ଶେଖର ଦାସ, ସାମାଜିକ କର୍ମୀ ଡ଼.ଶରତ କୁମାର ସେଠି, ବାସନ୍ତୀ ପରିଡା, ସୁଦର୍ଶନ ଘଡେଇ,ବିଶ୍ୱନାଥ ଭୋଳ, ଅଜୟ କୁମାର ଦାସ, ସୁଦାମ ଜେନା, ଦୁଃଶାସନ ସାହୁ,ମହେନ୍ଦ୍ର ସାମଲ, ମାଧବାନନ୍ଦ ଦାସ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସନ୍ତୋଷ ସାହୁ, ଅମର କୁମାର ସେଠି, ସ୍ନିଗ୍ଧାରାଣୀ ଘଡେଇ, ବୈକୁଣ୍ଠ ସାହୁ, ଗୋବିନ୍ଦ ଚିନ୍ଦରା, ହେମନ୍ତ ତ୍ରିପାଠୀ, ଅଭିଳାଷ ସୂତାର, ଉମେଶ ସାହୁଅନିଲ କୁମାର ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ରକ୍ତଦାତା ମାନେ ରକ୍ତଦାନ କରିଥିଲେ ।