Categories: ଜାତୀୟ

ଅମୃତପାଲ ସିଂଙ୍କ ଚାଚା-ଡ୍ରାଇଭର କଲେ ସରେଣ୍ଡର, ମର୍ସିଡିଜ କାରରେ ବସି ପହଞ୍ଚିଲେ ପୋଲିସ ନିକଟରେ

ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପୋଲିସ ଖୋଜୁଥିବା ବେଳେ ଏହାକୁ ନେଇ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ ଅମୃତପାଲଙ୍କ ଚାଚା ହରଜିତ ସିଂ ଓ ଡ୍ରାଇଭର ହରପ୍ରିତ ସିଂ ପୋଲିସ ନିକଟରେ ସରେଣ୍ଡର କରିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ମାର୍ଚ୍ଚ ୧୮ରେ ପୋଲିସ ଅମୃତପାଲ ସିଂ ଓ ତାଙ୍କର କେତେଜଣ ସମର୍ଥକଙ୍କ ବିରୋଧରେ ବଡ ଧରଣର କଡା କାର୍ଯ୍ୟାନୁଷ୍ଠାନ ନେଇଛି । ଏବେ ଜଣାପଡିଛି କି ଅମୃତପାଲଙ୍କ ଚାଚା ଓ ତାଙ୍କ ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ପୋଲିସ ନିକଟରେ ସରେଣ୍ଡର କରିଛନ୍ତି । ଉଭୟ ଏକ ମର୍ସିଡିଜ କାରରେ ପୋଲିସ ନିକଟକୁ ଯାଇଥିବା ବେଳେ ପୋଲିସ ଏହାକୁ ଜବତ କରିଛି ।

Share