Categories: ଜାତୀୟ

ଶିଖ୍‌ ଭାଜପା ନେତାଙ୍କୁ ଅମ୍ରିତ୍‌ପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ, ୪।୪: ଦିଲ୍ଲୀର ଶିଖ୍‌ ଭାଜପା ନେତା ଇମ୍ପ୍ରିତ୍‌ ସିଂ ବାକ୍ସିଙ୍କୁ ଖଲିସ୍ତାନୀଙ୍କଠାରୁ ହତ୍ୟା ଧମକ ମିଳିଥିବା ସୋମବାର ସେ ଅଭିଯୋଗ କରିଛନ୍ତି। କେହି ଜଣେ ନିଜକୁ ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂ ବୋଲି ଦାବିକରି ଏଭଳି ଧମକ ଦେଇଛନ୍ତି। ଖଲିସ୍ତାନ ବିରୋଧୀ କାର୍ଯ୍ୟରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ ଧମକ ଦିଆଯାଇଛି। ବାକ୍ସି ଲଜପତ ନଗର ଥାନାରେ ଏତଲା ଦାଏର କରିଛନ୍ତି।

Share