ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି ପାଇଁ ଦିଆଯାଇଥିବା ତାଲିକାରେ ଅନିୟମିତତା ହୋଇଛି। ତାଲିକାରେ ବାତ୍ୟା ବିପର୍ଯ୍ୟସ୍ତ ରାସ୍ତାକୁ ବାଦ ଦିଆଯାଇଥିବା ବେଳେ ରାସ୍ତା ନ ଥିବା ସ୍ଥାନକୁ ଦର୍ଶାଯାଇଛି। ସେହିପରି ଅମ୍ଫନରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ନିର୍ଦ୍ଦେଶ ଥିବାବେଳେ ଅନେକ ତାଲିକାରେ ସ୍ଥାନ ପାଇନାହିଁ। ବ୍ଲକ କାର୍ଯ୍ୟାଳୟ ସୂଚନା ଅନୁସାରେ, ବିଭିନ୍ନ ପଞ୍ଚାୟତର ୧୦୬ ପ୍ରକଳ୍ପ ତାଲିକାରେ ସ୍ଥାନ ପାଇଛି। ସେଥିରୁ ୧୧ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଥିବାବେଳେ ୯୫ ରାସ୍ତା ରହିଛି। ଏସବୁ ପ୍ରକଳ୍ପର ମରାମତି ପାଇଁ ୧ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ବାତ୍ୟାରେ କ୍ଷତିଗ୍ରସ୍ତ ବହୁ ପ୍ରକଳ୍ପ ସ୍ଥାନ ପାଇ ନାହିଁ।
ନାଉଗାଁ ବ୍ଲକ ଡେରିକି ପଞ୍ଚାୟତ ଗଙ୍ଗଦାହାଟ-ତିରୁଣା ଗ୍ରାମରାସ୍ତା ଓ ଡେରିକି ପଞ୍ଚାୟତର ପାଇକସାହିରୁ ମଝିପଡା ଦେଇ ବାଲିଗଁାକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା ଅମ୍ଫନ ବାତ୍ୟାରେ ଶୋଚନୀୟ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଅମ୍ଫନ ଯୋଜନାରେ ସାମିଲ କରାଯାଇ ମରାମତି କରାଯିବ ବୋଲି ସୂଚନା ଦିଆଯାଇଥିଲା। ମାତ୍ର ପ୍ରକଳ୍ପ ମଞ୍ଜୁରୀ ତାଲିକାରେ ଏହି ରାସ୍ତା ନ ଥିବା ଜଣାପଡିଛି। ଅପରପକ୍ଷେ ଅମ୍ଫନରେ ମରାମତି ପାଇଁ ମଞ୍ଜୁରୀ ହୋଇଥିବା ବହୁ ରାସ୍ତା ପୂର୍ବରୁ ନ ଥିବା ଜଣାପଡ଼ିଛି। ମାତ୍ର ଏଠାରେ ପୂର୍ବରୁ ରାସ୍ତାଥିବା ଦର୍ଶାଯାଇ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ କରାଯାଇଛି। ଏହାର ଉଦାହରଣ ଡେରିକି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ପାଇକସାହି କଂକ୍ରିଟ ରୋଡଠାରୁ ତ୍ରିଲୋଚନ ପାଳଙ୍କ ଘର ପର୍ଯ୍ୟନ୍ତ ସରକାରୀ ରାସ୍ତା ନ ଥିବା ବେଳେ ଏହାକୁ ତାଲିକାରେ ଉଲ୍ଲେଖ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ ବ୍ଲକର ୧୬ଟି ପଞ୍ଚାୟତରେ ପ୍ରଦାନ କରାଯାଇଥିବା ତାଲିକାରେ ତାଳ ମେଳ ରହୁ ନଥିବା ଜଣାପଡ଼ିଛି। ଏହି ତାଲିକା ପ୍ରସ୍ତୁତ ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଅନିୟମିତତା ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ କୈଳାସ ବେହେରାଙ୍କୁ ପଚରାଯିବାରୁ ପ୍ରକଳ୍ପଗୁଡିକ ଠିକ୍‌ ରହିଛି। ଏଥିରେ କୌଣସି ତ୍ରୁଟି ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ତୁରନ୍ତ ଏହି ତାଲିକାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri