ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରିପାରୁନାହାନ୍ତି। ଟାର୍ଗେଟ ଆସି ନ ଥିବା କହି ସମିତି ସମ୍ପାଦକମାନେ ଦିନ ଗଡ଼ାଇ ଚାଲିଛନ୍ତି। ଅନ୍ୟପଟେ ନକଲି ଚାଷୀଙ୍କଠାରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ କିଣା ସରିଲାଣି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ଟୋକନ ଓ ଟାର୍ଗେଟ ମଧ୍ୟରେ ଚାଷୀ କେବଳ ପେଷି ହେଉଛି। ଏ ନେଇ ଦୈନିକ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ସେମାନଙ୍କ ଅଭିଯୋଗ, ଦାବିପତ୍ର ବଦଳରେ କେଳ ପ୍ରତିଶ୍ରୁତି ମିଳୁଛି। ମାତ୍ର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜଟଣୀ ବ୍ଲକ ଅଙ୍ଗରାପଡାରେ ଗୋଚର, ଅନାବାଦି ଜମି, ଗ୍ରାମୀଣ ଜଙ୍ଗଲ, ରକ୍ଷିତ, ପତିତ ଜମି, କେନାଲ ନ ଥିବା ମୌଜାରେ କେନାଲ ଥିବା ଦର୍ଶାଇ ଶତାଧିକ କୁଇଣ୍ଟାଲ ଧାନକିଣା ସରିଲାଣି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲାପାଳ ସନତ ମହାନ୍ତି ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପଦକ୍ଷେପ ଶୂନ। ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଥିବା ଚାଷୀମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ବାଇଁ କହିଛନ୍ତି।
ଗୁରୁବାର ଜିଲା ଯୋଗାଣ ବିଭାଗ ଅଧିକାରୀ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଏକାଧିକ ସମିତି ସମ୍ପାଦକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଧାନକିଣା ନେଇ ସ୍ବଚ୍ଛତାର ପାଠ ପଢାଇଛନ୍ତି। ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସମିତିର ସମ୍ପାଦକମାନଙ୍କୁ ଦୀର୍ଘ ୧ଘଣ୍ଟା ଠିଆ କରାଇ ସ୍ବଚ୍ଛତା ରଖିବାକୁ ପରାମର୍ଶ ଦେଇଥିଲେ। ଏପରି କି ସେମାନଙ୍କ ଯୋଗୁ ପ୍ରଶାସନ ବଦନାମ ହେଉଛି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଏ ନେଇ ସମିତି ସମ୍ପାଦକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସମିତି ସମ୍ପାଦକଙ୍କ ଅଭିଯୋଗ ଉପରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ରାଗିଯାଇ କହିଥିଲେ, ଆପଣ ମାନଙ୍କୁ କହିବାକୁ ମୁଁ ବାଧ୍ୟ ନୁହଁ। ଆପଣମାନେ ଯାହା ଲେଖିବା କଥା ଲେଖନ୍ତୁ, ମୋର କେହି କିଛି କରିପାରିବେ ନାହିଁ। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେଜଣ ଚାଷୀ ସଙ୍ଗଠନ ଗଣମାଧ୍ୟମ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନକିଣା ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜିଲାରେ ୪୪ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ୧୩୯ଟି ପ୍ୟାକ୍ସରେ ୯. ୫୮ ଲକ୍ଷ କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ରହିଛି। ତେବେ ଟାର୍ଗେଟ ପାଖାପାଖି ଧାନକିଣା ସରିଲାଣି। ମାତ୍ର ପ୍ରକୃତ ଚାଷୀ ଟୋକନ ଧରି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri