ଅଭିନେତା ଅମୋଲ ପାଲେକର ଅସୁସ୍ଥ

ମୁମ୍ବାଇ,୧୦।୨: ୭୦ ଓ ୮୦ ଦଶକର ସୁପରହିଟ ଅଭିନେତା ଭାବେ ବେଶ୍‌ ଜଣାଶୁଣା ଅମୋଲ ପାଲେକର ଅସୁସ୍ଥ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ୭୭ବର୍ଷୀୟ ଅମୋଲଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସୁପରହିଟ ଫିଲ୍ମ ଗୋଲମାଲ, ଛୋଟି ସି ବାତ ଓ ରଜନୀଗନ୍ଧାରୁ ଅମୋଲ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ୭୭ ବର୍ଷୀୟ ଅମୋଲ ୮୦ଦଶକରେ ଅନେକ ସୁପରହିଟ ଚଳଚ୍ଚିତ୍ର କରି ପ୍ରଂଶସା ସାଉଁଟିବା ସହ ପ୍ରଶଂସକଙ୍କ ମନ ଜିଣିପାରିଥିଲେ। କୁହାଯାଉଛି, ଅତ୍ୟଧିକ ଧୂମପାନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ବିଗିଡ଼ିବାରେ ଲାଗିଛି। ପ୍ରାୟ ୧୦ବର୍ଷ ପୂର୍ବରୁ ମଧ୍ୟ ତାଙ୍କର ସମାନ ସ୍ବାସ୍ଥ୍ୟାବସ୍ଥା ରହିଥିଲା।

Share