ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍ଲେଟିକ ମିଟ୍ ସୋମବାର ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ୧୯ ଜଣ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ଶଟ୍ପୁଟ୍, ମହିଳା ୮୦୦ ମିଟର ଦୌଡ ଓ ପୁରୁଷ ଜାଭେଲିନ୍ ଥ୍ରୋରେ ୩ ଜଣ ଲେଖାଏ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ୨୦୦ ମିଟର ସ୍ପ୍ରିଣ୍ଟରେ ନୂତନ ମିଟ୍ ରେକର୍ଡ କରିଛନ୍ତି ଆସାମର ଅମ୍ଲାନ ବୋର୍ଗୋହେନ୍। ଚେନ୍ନାଇରେ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ସେ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ୨୦୨୦ରେ ୨୦.୮୦ ସେକେଣ୍ଡର ଟାଇମିଂ ହାସଲ କରିଥିବା ବେଳେ ସୋମବାର ୨୦.୭୧ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ଏସିଆନ୍ ଗେମ୍ସ ପାଇଁ ରହିଥିବା ୨୦.୬୧ ସେକେଣ୍ଡରୁ ସେ ପଛରେ ରହି ଯାଇଛନ୍ତି। କର୍ନାଟକର ଶଶିକାନ୍ତ ବିରୁପାକ୍ଷ ୨୧.୦୮ ସେକେଣ୍ଡ ସହିତ ଦ୍ୱିତୀୟ ଓ ଉତ୍ତର ପ୍ରଦେଶର ଆକାଶ କୁମାର ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଜାଭେଲିନ୍ ଥ୍ରୋୟର ଅନୁ ରାଣୀ ୫୮.୨୨ ମିଟରର ଥ୍ରୋ ସହିତ ପ୍ରଥମ ସ୍ଥାନରେ ରହି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହରିୟାଣାର ପ୍ରିୟଙ୍କା(୫୧.୨୨ ମି.) ଓ ଆନ୍ଧ୍ରପ୍ରଦେଶର ରଶ୍ମି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଲଙ୍ଗଜମ୍ପରେ କେରଳର ଆନ୍ସି ସୋଜାନ ଓ ୟୁପିର ଶାଇଲି ସିଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆନ୍ସି ୬.୫୧ ମିଟର ଡେଇଁଥିବା ବେଳେ ଶାଇଲି ୬.୪୯ ମିଟର ଡେଇଁଥିଲେ। ମହିଳା ହାଇଜମ୍ପରେ ହରିୟାଣାର ପୂଜା ୧.୮୦ ମିଟର ଡେଇଁ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୮୦୦ ମିଟର ଦୌଡରେ ୩ ଜଣ ଖେଳାଳି ଏସିଆନ୍ ଗେମ୍ସ ଯୋଗ୍ୟତା ମାର୍କରୁ ଅଗରେ ରହିଛନ୍ତି।ଚନ୍ଦା(୨.୦୩.୮୨), ହରମିଲନ୍ ବେଂଶ(୨.୦୪.୦୪)ଓ କେ ଏମ୍ ଦୀକ୍ଷା(୨.୦୪.୩୫) ଯୋଗ୍ୟତା ଅର୍ଜନରେ ସଫଳ ହୋଇଛନ୍ତି।
ମହିଳା ଶଟ୍ପୁଟ୍ରେ ୩ ଜଣ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉତ୍ତର ପ୍ରଦେଶର କିରଣ ବଲିୟାଁ ୧୭.୧୭ ମିଟର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହରିୟାଣାର ମନ୍ପ୍ରୀତ୍ କୌର ୧୬.୬୧ ମିଟର ସହ ଦ୍ୱିତୀୟ ଓ ମହାରାଷ୍ଟ୍ରରା ଆଭା ଖତୁଆ ତୃତୀୟ ସ୍ଥାନରେ ରହିଛନ୍ତି।
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ
ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...
କାହିଁକି ବାଦ୍ ପଡ଼ିଲେ ଗିଲ୍: ମୁହଁ ଖୋଲିଲେ ଅଗରକର
ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍ ବିଶ୍ୱକପ୍ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ
ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...
୭୫୩ ଦିନ ପରେ ସରିଲା ବନବାସ, ଟିମ୍ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...
ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!
ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...
ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର
ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...
ଟି-୨୦ ବିଶ୍ୱକପ୍ ଟିମ୍ରୁ ଗିଲ୍ ଆଉଟ୍: କାରଣ କହିଦେଲେ ଚୟନକର୍ତ୍ତା
ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...
Archives


