Categories: ଜାତୀୟ

ପଶ୍ଚିମବଙ୍ଗ ଗସ୍ତରେ ଶାହା: ରାଜ୍ୟର ଉନ୍ନତି ପାଇଁ ଦକ୍ଷିଣେଶ୍ୱରକାଳୀଙ୍କୁ କଲେ ପ୍ରାର୍ଥନା

କୋଲକାତା,୬।୧୧: ପଶ୍ଚିମବଙ୍ଗ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରକାଳୀଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ଦକ୍ଷିଣେଶ୍ୱରକାଳୀଙ୍କୁ ଦର୍ଶନ କରିବା ପରେ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ମନ୍ଦିରର ଜମି ଭଗବାନ ରାମକୃଷ୍ଣ ଓ ବିବେକାନନ୍ଦଙ୍କର। କିନ୍ତୁ ର୍ଦୁଭାଗ୍ୟର କଥା ହେଉଛି ଏହାକୁ ରାଜନୀତି ଦ୍ୱାରା କଳଙ୍କିତ କରାଯାଉଛି। ତେବେ ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଉନ୍ନତି ପାଇଁ ସେ ମା’ କାଳୀଙ୍କଠାରେ ପ୍ରାର୍ଥନା କରିଛନ୍ତି ବୋଲି ଶାହା କହିଛନ୍ତି। ଅନ୍ୟପଟେ ଦ୍ୱିପ୍ରହରରେ ପଶ୍ଚିମବଙ୍ଗରେ ଶାହାଙ୍କ ଏକ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କୋଲକାତାରେ ଥିବା ମତୁଆ ସମ୍ପ୍ରଦାୟର ଦଳୀୟ କର୍ମକର୍ତ୍ତାଙ୍କ ଘରେ ଭୋଜନ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମତୁଆ ସମ୍ପ୍ରଦାୟର ଲୋକମାନେ ବାଂଲାଦେଶରୁ ଶରଣାର୍ଥୀ ଭାବେ ଆସିଥିଲେ। ପଶ୍ଚିମବଙ୍ଗରେ ମତୁଆ ସମ୍ପ୍ରଦାୟର ଜନସଂଖ୍ୟା ୭୦ଲକ୍ଷରୁ ଊର୍ଦ୍ଧ୍ୱ ରହିଛ ବୋଲି କୁହାଯାଏ।

Share