ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବା ସାରା ପୁଣି ଏବେ ଏକ ନୂଆ ଲୁକ୍‌ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ନିକଟରେ ସେ ଏକ ଟ୍ରାଡିସ୍‌ନାଲ ଲୁକ୍‌ରେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେଥିରେ ସାରା ପିଙ୍କ୍‌ କଲର ପ୍ରିଣ୍ଟେଡ୍‌ ଶାଢୀ ପିନ୍ଧିଥିବାର ନଜର ଆସୁଛନ୍ତି। ଶାଢୀରେ ବେଶ୍‌ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ସାରା। ସବୁଠାରୁ ଖାସ୍‌ କଥା ହେଉଛି କି ସେ ପିନ୍ଧିଥିବା ଶାଢୀ ହେଉଛିି ମଦର ଥିମ୍‌ ଉପରେ ରହିଛି। ଯେଉଁଥିରେ ବଲିଉଡ୍‌ର ମହାନାୟକ ଅମିତାଭ୍‌ ବଚ୍ଚନଙ୍କ ଆଇକନିକ୍‌ ଡାଇଲକ୍‌ ‘ମେରେ ପାସ୍‌ ମା ହେ’ ମଧ୍ୟ ଲେଖାଯାଇଛି। ସାରାଙ୍କ ଏଭଳି ଲୁକ୍‌କୁ ଫ୍ୟାନ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share