ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ବିଗ୍‌ ବି ତଥା ଅମିତାଭଙ୍କ ନାତୁଣୀ ନଭ୍ୟା ନଭେଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନଭ୍ୟା ପ୍ରତ୍ୟେକ ଦିନ ତାଙ୍କ ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ଦିଆଯାଇଥିବା କମେଣ୍ଟଗୁଡ଼ିକ ଏବେ ଅଧିକ ଭାଇରାଲ ହେବାରେ ଲାଗିଛି।

ନଭ୍ୟା ବୁଧବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ସେ ପ୍ରଥମ ଫଟୋରେ କ୍ୟାମେରାକୁ ଦେଖି ହସୁଛନ୍ତି ଏବଂ ଦ୍ୱିତୀୟରେ ସେ ଫ୍ରେମ୍‌ ବାହାରେ ଦେଖୁଛନ୍ତି।

ଅନେକ ୟୁଜର ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ନଭ୍ୟାଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ନଭ୍ୟା ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହାର କାରଣ ହେଉଛି ଗୋଟିଏ ଦିନରେ ଉଭୟ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ସିଦ୍ଧାନ୍ତ ଏବଂ ଦୀପିକା ମଧ୍ୟ ଏକାଠି ଫିଲ୍ମ କରୁଛନ୍ତି। ସେଥିପାଇଁ ଦୀପିକା ପାଦୁକୋନ ମଧ୍ୟ ଏହି ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ବିଉଟି। ଦୀପିକାଙ୍କ ସହ ସଞ୍ଜୟ କପୁରଙ୍କ ସ୍ତ୍ରୀ ମହୀପ ମଧ୍ୟ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

ନଭ୍ୟା ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଯାହା ଏକ ଏନ୍‌ଜିଓ ଅଟେ। ଏହି ଏନ୍‌ଜିଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଥାଏ। ସେମାନଙ୍କୁ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ଦେଇ ଚାଲିବାର ସୁଯୋଗ ଦେଇଥାଏ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ନଭ୍ୟା ଏବେଠୁ ଚର୍ଚ୍ଚାରେ ଅଛନ୍ତି।

Share