Categories: ଜାତୀୟ

ଗିରଫ ହେଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର

ଲକ୍ଷ୍ନୌ,୨୭ ।୮: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ହଜରତଗଞ୍ଜ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଶୁକ୍ରବାର ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ରହିଛି କି ସେ ବଳାତ୍କର ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉ ଥିଲେ । ଏସ୍‌ଏସ୍‌ଆଇ ଦୟାଶଙ୍କର ଦ୍ୱିବେଦୀଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହାଇଛି । ଗିରଫ ହୋଇଥିବା ଖବର ନିଜେ ଅମିତାଭ ଠାକୁର ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଅମିତାଭଙ୍କୁ ୨୧ ଅଗଷ୍ଟରୁ ହାଉସ ଆରେଷ୍ଟ ବା ଗୃହବନ୍ଦୀ କରି ରଖାଯାଇଥିଲା । ୨୧ ଅଗଷ୍ଟରେ ସେ ଗୋରଖପୁର ଓ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ଥିଲା । ଶୁକ୍ରବାର ତାଙ୍‌କ ନାଁରେ ହଜରତଗଞ୍ଜ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । ଅମିତାଭ ଠାକୁରଙ୍କ ଉପରେ ବଳାତ୍କାର ଅଭିଯୁକ୍ତ ବହୁଜନ ସମାଜ ପାର୍ଟି ନେତା ଅତୁଲ ରାୟଙ୍କୁ ସହଯୋଗ କରିବାର ଅଭିଯୋଗ ରହିଛି ।

Share