୧୯୭୯ର ଫଟୋ ଶେୟାର କଲେ ଅମିତାଭ, ଫଟୋରେ ଥିବା କୁନି ଶିଶୁଟି ଏବେ ସୁପରଷ୍ଟାର

ବଲିଉଡର ଅମିତାଭ ବଚ୍ଚନ ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ। ଅନେକ ସମୟରେ ସେ ପୁରୁଣା ସ୍ମୃତିକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ୧୯୭୯ର ଏକ ପୁରୁଣା ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ୧୯୭୯ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମିଷ୍ଟର ନଟୱରଲାଲଙ୍କ ସମୟରେ ଉଠାଯାଇଥିଲା। ଅମିତାଭ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକ ଗୀତ ଗାଇ୍‌ଲେ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମିଷ୍ଟର ନରୱରଲାଲ’ ଫିଲ୍ମ ପାଇଁ ମୁଁ ପ୍ରଥମ ଗୀତ .. ‘ମେରେ ପାସ ଆଓ’ .. ଗାଇଥିଲି। ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ସହ ସଙ୍ଗୀତ ରିହର୍ସାଲ ଏବଂ ବେଞ୍ଚରେ ବସିଥିବା ଏହି ଶିଶୁ ଜଣଙ୍କ ହେଉଛନ୍ତି ହ୍ରିତିକ ରୋଶନ। ହ୍ରିତିକଙ୍କୁ ଏହି ଫଟୋରେ ଚିହ୍ନିବା ଟିକେ କଷ୍ଟକର, କାରଣ ସେ ଏଥିରେ ବହୁତ ଛୋଟ ଦେଖାଯାଉଛନ୍ତି। ଅମିତାଭ ଶେୟାର ହେବା ମାତ୍ରେ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ହ୍ରିତିକ ରୋଶନ ଖୁବଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର୍‌’ରେ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ। ଏହା ଏକ ବଡ ବଜେଟ ଫିଲ୍ମ ଅଟେ। ଏହି ଫିଲ୍ମର ବଜେଟକୁ ୨୫୦ କୋଟି ଟଙ୍କା ବୋଲି କୁହାଯାଉଛି।

Share