ଶ୍ୱେତାଙ୍କୁ ବହୁମୂଲ୍ୟ ଉପହାର ଦେଲେ ମହାନାୟକ, ‘ପ୍ରତିକ୍ଷା’କୁ ଝିଅ ନାଁରେ କଲେ ଅମିତାଭ

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ତାଙ୍କ କ୍ୟାରିୟରରେ ଏବେପର୍ଯ୍ୟନ୍ତ ବଲିଉଡର ଏହି ଶେହନସାହା ଅନେକ ବ୍ଲକବଷ୍ଟର ମୁଭି ଭେଟି ଦେଇଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତ, ତା ସହ ଏହି ଧାରା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଅମିତାଭ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ବରଂ ସେ ଜଣେ ଭଲ ପରିବାରରୁ ଆସିଛନ୍ତି। ବିଗ ବି ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କୁ ବହୁତ ଭଲ ପାଆନ୍ତି । ଅଭିନେତା ବର୍ତ୍ତମାନ ତାଙ୍କ ଝିଇ ଶ୍ୱେତା ବଚ୍ଚନଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହମତି ପରେ ସେ ନଭେମ୍ବର ୮, ୨୦୨୩ରେ ବିଠ୍ଠାଲ ନାଗର କୋଅପରେଟିଭ ହାଉସିଂ ସୋସାଇଟି ଲିମିଟେଡରେ ନିର୍ମିତ ତାଙ୍କ ଜୁହୁ ବଙ୍ଗଳା ‘ପ୍ରତୀକ୍ଷା’କୁ ସେ ଝିଅ ଶ୍ୱେତା ବଚ୍ଚନଙ୍କୁ ଉପହାର ଭାବେ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରତିକ୍ଷା ବଙ୍ଗଳା ୨ଟି ଜମିରେ ନିର୍ମାଣ ହୋଇଛି, ସେଥିମଧ୍ୟରୁ ୯ ହଜାର ୫୮୫ ବର୍ଗଫୁଟ ଉପରେ ବିସ୍ତାର ହୋଇଛି ଏବଂ ଏହା ଜୟା ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ମିଳିତ ମାଲିକାନାରେ ରହିଛି। କେବଳ ଅମିତାଭଙ୍କର ୭ହଜାର ୨୫୫ ବର୍ଗଫୁଟର ପ୍ଲଟର ମାଲିକାନା ଅଧିକାର ଅଛି।
ଅମିତାଭ-ଜୟା, ଶ୍ୱେତା ବଚ୍ଚନଙ୍କୁ ଦେଇଥିବା ଗୃହର ଦସ୍ତଖତରେ ଦସ୍ତଖତ କରାଯାଇଛି ଯେଉଁଥିରେ ପଞ୍ଜୀକରଣ ଏବଂ ଷ୍ଟାମ୍ପ ଡ୍ୟୁଟି ଫି ୫୦.୬୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବଙ୍ଗଳାର ବଜାର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୫୦.୬୩ କୋଟି ଟଙ୍କା ବୋଲି କୁହାଯାଉଛି। ଯଦିଓ ଏହି ମୂଲ୍ୟ ନିଶ୍ଚିତ ହୋଇନାହିଁ । ହେଲେ ବଚ୍ଚନ ପରିବାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହାଁନ୍ତି।

Share