ଜୟାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅମିତାଭ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଯୋଡ଼ିକୁ ୬୦-୭୦ ଦଶକରେ ଲୋକେ ପରଦାରେ ଖୁବ୍‌ ପସନ୍ଦ କରୁଥିଲେ। ବିବାହ ପରେ ମଧ୍ୟ ଏହି ଯୋଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି। ଏହି ଯୋଡ଼ି ପ୍ରେମ ବିବାହ କରିଛନ୍ତି। ତେବେ ଜୟାଙ୍କ ପ୍ରେମରେ ଅମିତାଭ କେମିତି ପଡ଼ିଥିଲେ ଜାଣନ୍ତୁ…
ଅମିତାଭ ଏବଂ ଜୟାଙ୍କ ପ୍ରଥମ ସାକ୍ଷାତ ଫିଲ୍ମ ‘ଗୁଡ୍ଡି’ଶୁଟିଂ ସେଟ୍‌ରେ ହୋଇଥିଲା। ଏହି ଫିଲ୍ମରେ ଦୁହେଁ ଏକାଠି କାମ କରୁଥିଲେ। ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ। ଫିଲ୍ମ ‘ବାବର୍ଚି’ର ଶୁଟିଂରେ ଜୟା ଏବଂ ରାଜେଶ ଖାନ୍ନା କାମ କରୁଥିଲେ। ଏହି ସମୟରେ ଅମିତାଭ ଜୟାଙ୍କୁ ଭେଟିବା ପାଇଁ ବାହାନା କରି ବାରମ୍ବାର ଆସୁଥିଲେ। ପରେ ପ୍ରେମ ସମ୍ପର୍କ ଆଗକୁ ବଢ଼ି ବିବାହରେ ରୂପାନ୍ତରିତ ହୋଇଥିଲା।

ଏ ତ ଗଲା ବିଗ୍‌-ବିଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ତାଙ୍କର ଅପ୍‌କମିଂ ଫିଲ୍ମ ତାଲିକାରେ ‘ବ୍ରହ୍ମାସ୍ତ୍ର’ ଏବଂ ‘ଝୁଣ୍ଡ୍‌’ ରହିଛି। ଏବେ ଫିଲ୍ମ ‘ ଦ ଇଣ୍ଟର୍ନ’ ବି ଏଥିରେ ଯୋଡ଼ି ହୋଇଛି। ଅମିତାଭ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ। ଏହା ପୂର୍ବରୁ ବିଗ୍‌-ବି ଦୀପିକାଙ୍କ ସହ ଫିଲ୍ମ ‘ପିକୁ’ରେ ଅଭିନୟ କରିସାରିଛନ୍ତି।

Share