ବୁଢ଼ା କହିଥିବା ୟୁଜରଙ୍କ ଦୀର୍ଘାୟୁ କାମନା କଲେ ବିଗ୍‌ ବି

ମୁମ୍ବାଇ:ବଲିଉଡ୍‌ ଇଣ୍ଡଷ୍ଟିର କିଛି କଳାକାର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେମାନଙ୍କ ମଧ୍ୟରୁ ବିଗ୍‌ ବି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ। ଯିଏ ପ୍ରତ୍ୟେକ ଦିନ କିଛି ନା କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଅମିତାଭ ଫେସ୍‌ବୁକରେ ସୁପ୍ରଭାତ ଲେଖି ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ଅମିତାଙ୍କ ଅନେକ ପ୍ରଶଂସକ କମେଣ୍ଟ କରିଥିବା ବେଳେ ଜଣେ ଫେସ୍‌ବକୁ ୟୁଜର କମେଣ୍ଟରେ ବିଗ୍‌ ବିଙ୍କୁ ବୁଢ଼ା ବୋଲି ସମ୍ବୋଧନ କରିଛନ୍ତି। ତେବେ ଅମିତାଭ ଏହାର ଉତ୍ତରରେ କହିଥିଲେ ଯେ, ମୁଁ ତୁମ ଦର୍ଘାୟୁ କାମନା କରୁଛି। ଆଶା କରୁଛି ତୁମ ପରିଣତ ବୟସରେ ତୁମକୁ କେହି ବୁଢ଼ା ବୋଲି ସମ୍ବୋଧନ ନ କରନ୍ତୁ। ସେହପରି ଆଉ ଜଣେ ୟୁଜର ମଦ୍ୟପାନ କରିବା କଥା ଲେଖିଥିବା ବେଳେ ସମସ୍ତ କମେଣ୍ଟର ଉଚିତ୍‌ ଉତ୍ତର ଅମିତାଭ ତାଙ୍କ ପୋଷ୍ଟରେ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share