ପ୍ରତ୍ୟେହ ୧୨-୧୪ ଘଣ୍ଟା କାମ କରନ୍ତି ବିଗ୍‌-ବି: କେବିସି-୧୨ ପାଇଁ କବିତା ଲେଖି କହିଲେ ମନକଥା

ବମ୍ବେ: ମହାମାରୀ କରୋନାକୁ ହରାଇବା ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଏବେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ। ଖୁବ୍‌ଶୀଘ୍ର ଏହାର ୧୨ତମ ସିଜନ୍‌ ପ୍ରସାରିତ ହେବାକୁ ଯାଉଛି। ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଅମିତାଭ ଏକ କବିତା ଲେଖି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୋସିଆଲ ମିଡିଆରେ ସେ ଶେୟାର କରିଥିବା ପୋଷ୍ଟରେ ଅମିତାଭଙ୍କୁ ଶୁଟିଂ କରୁଥିବା ଦେଖାଯାଇଛି। ଫଟୋରେ ନୀଳ ରଙ୍ଗର ଶୁଟ୍‌ ପିନ୍ଧିଛନ୍ତି ସେ। ପ୍ରତିଦିନ ୧୨ରୁ ୧୪ ଘଣ୍ଟା କାମ କରୁଛି ବୋଲି ସେ କହିଛନ୍ତି। ଏହାଛଡ଼ା କାର୍ଯ୍ୟକ୍ରମକୁ ଦର୍ଶକେ ପସନ୍ଦ କରୁଥିବାରୁ ଧନ୍ୟବାଦ ବୋଲି ସେ କହିଛନ୍ତି।

Share